ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଫୁଲବାଣୀ, ୨୫/୫ : ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା। କୋଟଗଡ଼ ଥାନା ତାରିନାରୁ ଗ୍ରାମରେ ଏଭଳି ଅଘଟଣ ଘଟିଛି। ତେବେ ଯୁବତୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। 

ସୂଚନା ଅନୁଯାୟୀ, ଗୁରୁବାର ଦିନ କୋଟଗଡ଼ ଥାନା ତାରିନାରୁ ଗ୍ରାମର ଜଣେ ଯୁବତୀ ଘରେ କେହି ନଥିବା ବେଳେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଘରକୁ ଫେରି ତାଙ୍କୁ ଗୁରୁତର ଅବସ୍ଥାରେ କୋଟଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଟାଉନ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି। ମେଡ଼ିକାଲ କ୍ୟାମ୍ପସ ଫାଣ୍ଡିର ଏଏସଆଇ ବାଳକୃଷ୍ଣ ସ୍ଵାଇଁ ସୂଚନା ଦେଇଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.