କେନ୍ଦୁଝର ସଦର,୧୮/୯(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏହି ରାସ୍ତା ଦେଇ ପ୍ରତେକ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ପଞ୍ଚାୟତ ବାସୀ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଉପରେ ହିଁ ଗୁଆଲଡିହ ରେଳ ଷ୍ଟେସନ ରହିଛି। ରାସ୍ତା ମରାମତି କିମ୍ବା ପିଚୁ କରିବାରେ ପ୍ରଶାସନ ସମ୍ପୂର୍ଣ ବିଫଳ ହେବା ଯୋଗୁଁ ଲୋକେ ଜମ ଯନ୍ତ୍ରଣା ଭୋଗୁଛନ୍ତି। ଏଣେ ଉକ୍ତ ପଞ୍ଚାୟତ ଖଣି ପ୍ରଭାବିତ ହୋଇଥିବା ବେଳେ ଖଣି ବିଭାଗ ମଧ୍ୟ ନିଦାବିଷ୍ଣୁ।
ଗତ ଲଘୁଚାପ ଜନିତ ବର୍ଷାରେ ରାସ୍ତାର ଅନେକ ଗୁଡ଼ିଏ ସ୍ଥାନରେ ପୋଖରୀ ପରୀ ଖାଲ ସୃଷ୍ଟି ହୋଇ ପାଣି ଜମି ରହିଥିଲା। ଆଜି ସ୍ଥାନୀୟ ଗ୍ରାମର ଈଶ୍ୱର ମୁଣ୍ଡା, ଭଦ୍ର ମୁଣ୍ଡା, ଆକାଶ ମୁଣ୍ଡା, ଚୁଲୁ ମୁଣ୍ଡା, ଡ଼ଡ ମୁଣ୍ଡା, କନ୍ଦା ମୁଣ୍ଡା, କନ୍ଦାଚାତ୍ତର ମୁଣ୍ଡା ପ୍ରମୁଖଙ୍କ ପ୍ରଚେଷ୍ଟା ଦ୍ଵାରା ଖାଲ ସ୍ଥାନକୁ ମାଟି ଏବଂ କାରଖାନାର ବର୍ଯ୍ୟ ବସ୍ତୁ ପକାଇ ସମତୁଲ କରିଛନ୍ତି।
ଏହି ରାସ୍ତା ମରାମତି କିମ୍ବା ପିଚୁ ନିମନ୍ତେ ସ୍ଥାନୀୟ ଅଧିବାସୀମାନେ ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏଯାଏଁ କୌଣସି ଫଳ ପ୍ରଦ ହେଉନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ରାସ୍ତାର ଦୂରବସ୍ଥା ଯୋଗୁଁ କୌଣସି ଅତ୍ୟାବଶ୍ୟକ ଯାନ ମଧ୍ୟ ଯିବା ଆସିବା କରୁନାହିଁ ଯାହା ଫଳରେ ଲୋକେ ନାହିଁ ନଥିରବାର ସମ୍ମୁଖୀନ ହେଉଛନ୍ତି।