ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାମୁଁ ଘରକୁ ବୁଲିବାକୁ ଆସି ଭଣଜାର ଉନ୍ମତ୍ତକାଣ୍ଡ, ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ଗୋଡାଇଲା... ଯାହାକୁ ପାରିଲା ହାଣିଲା

ଚାନ୍ଦବାଲି, ୨୧।୩ : ମାମୁଁ ଘରକୁ ବୁଲିବାକୁ ଆସି ଭଣଜାର ଉନ୍ମତ୍ତକାଣ୍ଡ। ବୁଧବାର ସନ୍ଧ୍ୟାରେ ଦୁଇରୁ ୩ ଘଣ୍ଟା ପର୍ଯ୍ୟନ୍ତ ଗାଁ ଦାଣ୍ଡରେ ଖେଳାଇଲା ଆତଙ୍କ। ହାତରେ ଟାଙ୍ଗିଆ ଧରି ଯାହାକୁ ଦେଖିଲା ତାକୁ ମାରିବାକୁ ଗୋଡାଇଲା। ଯୁବକଙ୍କ ଟାଙ୍ଗିଆ ଚୋଟରେ ୨ ଆହତ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁରେ।

ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁକୁ ନିଜ ମାମୁଁ ଘରକୁ ଆସିଥିଲା। ବୁଧବାର ସନ୍ଧ୍ୟା ସମୟରେ ଉକ୍ତ ଯୁବକ ହାତରେ ଟାଙ୍ଗିଆ ଧରି ଉନ୍ମତ୍ତକାଣ୍ଡ ଘଟାଇଥିଲା। ଲୋକଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ସାଢେ ୧୦ଟା ଯାଏଁ ଯୁବକ ଜଣକ ହାତରେ ଟାଙ୍ଗିଆ ଧରି ଯାହାକୁ ପାରିଲା ତାକୁ ଆକ୍ରମଣ କରିଥିଲା। ଗାଁର କିଛି ଯୁବକ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ କାବୁ କରିବାକୁ ଯାଇଥିବା ଲୋକଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଯୁବକ। ଫଳରେ ଟାଙ୍ଗିଆ ଆକ୍ରମଣ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ଓ ମତୋ ଫାଣ୍ଡି ଅଧିକାରୀ ପହଞ୍ଚି ଉକ୍ତ ଯୁବକକୁ କାବୁ କରିବାକୁ ଚେଷ୍ଟା କରି ନାକେଦମ୍ ହୋଇଥିଲା। ଏପରିକି ଯୁବକ ଜଣଙ୍କ ପୋଲିସର ଗାଡିକୁ ଟାଙ୍ଗିଆରେ ଦୁଇ ଚୋଟ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର କାଚକୁ ମଧ୍ୟ ଟାଙ୍ଗିଆରେ ପିଟି ଭାଙ୍ଗି ପକାଇଥିଲା ।  ଶେଷରେ ପୋଲିସ ବହୁ କଷ୍ଟରେ ଉକ୍ତ ଯୁବକକୁ କାବୁ କରି ପ୍ରଥମେ ଚାନ୍ଦବାଲି ମେଡିକାଲ ଓ ପରେ ଥାନାକୁ ଆଣି ଅଟକ ରଖିଛି । ଯୁବକ ଜଣକ ଦିବ୍ୟାଙ୍ଗ ବୋଲି ପୋଲିସ କହୁଛି ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.