ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚଳନ୍ତା ଟ୍ରେନ୍‌କୁ ଢେଲା ମାରି ଯୁବକଙ୍କୁ ହତ୍ୟା, ମାମଲା ରୁଜୁ କରି ରେଳବାଇ ପୁଲିସର ତନାଘନା

ଭୁବନେଶ୍ୱର,୩୦/୦୫: ଚଳନ୍ତା ଟ୍ରେନ୍‌କୁ ଢ଼େଲା ମାରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀରେ। କଳ୍ପନା ଓଭରବ୍ରିଜ ପୂର୍ବରୁ କେହି ଜଣେ ଚଳନ୍ତା ଟ୍ରେନ୍‌କୁ ଢେଲାମାଡ଼ କରିଥିଲା । ଢ଼େଲା ଟ୍ରେନ୍‌ ପାହାଚରେ ବସିଥିବା ବିହାର କଠିଆର ଜିଲ୍ଲାର ନଗେନ୍ଦ୍ର ମିସ୍ତ୍ରୀଙ୍କ ସାନପୁଅ ପ୍ରିନ୍ସ କୁମାର(୧୯)ଙ୍କ ମୁଣ୍ଡରେ ବାଜିବାରୁ ତାଙ୍କରମୃତ୍ୟୁ ଘଟିଛି । ଭୁବନେଶ୍ୱର ରେଳବାଇ ଥାନା ପୁଲିସ ମୃତଦେହ ଜବତ କରିବା ସହ ପ୍ରିନ୍ସଙ୍କ ବଡ଼ ଭାଇ ମୁନା କୁମାରଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ କରାଇ ପୁଲିସ ମୁନା କୁମାରଙ୍କୁ ହସ୍ତାନ୍ତର କରିଛି । 

ରେଳବାଇ ଥାନା ପୁଲିସର ସୂଚନା ଅନୁଯାୟୀ, ମୁନା କୁମାର (୨୨) ଆନ୍ଧ୍ରପ୍ରଦେଶର ଏକ କମ୍ପାନୀରେ କାମ କରୁଥିଲେ । ସାନ ଭାଇ ପ୍ରିନ୍ସ ତାଙ୍କ ପାଖକୁ ବୁଲିବାକୁ ଯାଇଥିଲେ । ପ୍ରିନ୍ସଙ୍କୁ ଘରେ ଛାଡ଼ିବା  ପାଇଁ ମୁନା କୁମାର ବାହାରିଥିଲେ । ୨ ଭାଇ କୁର୍ଲାରୁ ବିହାର ଯାଉଥିବା ଟ୍ରେନ୍‌ ନଂ-୦୬୨୨୧ରେ ଫେରୁଥିଲେ । ଅସହ୍ୟ ଗରମ ଓ ଟ୍ରେନ୍‌ରେ ଭିଡ଼ ହେତୁ ପ୍ରିନ୍ସ ବଗିର ଗେଟ୍‌ ନିକଟ ପାହାଚରେ ବସିଥିଲେ । ଗତକାଲି ସନ୍ଧ୍ୟା ସାଢ଼େ ୭ଟାବେଳେ ଟ୍ରେନ୍‌ କଳ୍ପନା ଓଭରବ୍ରିଜ ଅତିକ୍ରମ କରୁଥିବା ବେଳେ କେହି ଜଣେ ଟ୍ରେନ୍‌କୁ ଲକ୍ଷ୍ୟ କରି ଏକ ଢେଲାମାଡ଼ କରିଥିଲା । ଏହା ପାହାଚରେ ବସିଥିବା ପ୍ରିନ୍ସଙ୍କ ମୁଣ୍ଡରେ ବାଜିଥିଲା । ରକ୍ତ ଜୁଡୁବୁଡୁ ହୋଇ ପ୍ରିନ୍ସ ଟ୍ରେନ୍‌ ଭିତରକୁ ପଛୁଆ ଟଳି ପଡ଼ିଥିଲେ ।

ଭୁବନେଶ୍ୱର ଷ୍ଟେସନରେ ଟ୍ରେନ୍‌ ଲାଗିବା ପରେ ରେଳବାଇ ପୁଲିସକୁ ଜଣାଇଥିଲେ ମୁନା କୁମାର । ରେଳବାଇ ପୁଲିସ ସହାୟତାରେ ମୁନା ପ୍ରିନ୍ସଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ପ୍ରିନ୍ସଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ମୁନା କୁମାର ଭୁବନେଶ୍ୱର ରେଳବାଇ ଥାନାରେ ତାଙ୍କ ଭାଇଙ୍କୁ କେହି ଢ଼େଲା ମାରି ହତ୍ୟା କରିଥିବା ଅଭିଯୋଗ କରିଥିଲେ । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇଥିଲା । ରେଳବାଇ ପକ୍ଷରୁ ମୁନା କୁମାରଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ସହ ଏକ ଆମ୍ବୁଲାନ୍ସ ସହାୟତାରେ ମୃତଦେହ ବିହାର ପଠାଇ ଦିଆଯାଇଛି ।

ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଢେଲା ମାରି ହତ୍ୟାକାଣ୍ଡ ଭିଆଇଲା ସେ ନେଇ ରେଳବାଇ ପୁଲିସ ତନାଘନା ଆରମ୍ଭ କରି ଦେଇଛି । ଫାଳିକିଆ ବସ୍ତିର କେହି ପିଲା ଟ୍ରେନ୍‌କୁ ଢ଼େଲାମାଡ଼ କରିଥିବା ପୁଲିସ ଅନୁମାନ କରୁଛି । ଆଜି ଉକ୍ତ ବସ୍ତିରେ ଚଢ଼ଉ କରି ପୁଲିସ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଛି । ୨ ଜଣଙ୍କୁ ପୁଲିସ ଥାନାକୁ ଉଠାଇ ଆଣି ଅଟକ ରଖିବା ସହ ସେମାନଙ୍କୁ ଅଧିକ ପଚରାଉଚରା କରୁଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.