ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

କାଲି ଘୋଷଣା କରିଥିଲେ, ଆଜି ବାତିଲ କଲେ; ତିରୁପତି ଯିବେନି ଜଗନ ମୋହନ ରେଡ୍ଡୀ

ନୂଆଦିଲ୍ଲୀ: ଓ୍ବାଇଏସଆର କଂଗ୍ରେସ ମୁଖ୍ୟ ଏବଂ ଆନ୍ଧ୍ର ପ୍ରେଦଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ତିରୁପତିର ତିରୁମାଳା ମନ୍ଦିର ଗସ୍ତ ରଦ୍ଦ ହୋଇଛି । ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ରୂପେ ମିଳୁଥିବା ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ ମଧ୍ୟରେ ତିରୁପତି ମନ୍ଦିର ପରିଦର୍ଶନ କରିବେ ବୋଲି ଗତକାଲି (ଗୁରୁବାର) ଘୋଷଣା କରିଥିଲେ ଜଗନ ରେଡ୍ଡୀ । ହେଲେ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଏହି ଗସ୍ତ ବାତିଲ ହୋଇଥିବା ଜଣାପଡ଼ିଛି । ପୂର୍ବ ସରକାରରେ ତିରୁପତି ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ । ଏହା ପରେ ଦେଶବ୍ୟାପି ତିରୁପତି ଲଡୁ ବିବାଦ ଜୋର ଧରିଛି । 

ସେପଟେ ସଙ୍ଗୀନ ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ଥିବା ମନ୍ଦିରରେ ପୂଜା କରିବେ ବୋଲି ଜଗନ ରେଡ୍ଡୀ ଘୋଷଣା କରିଥିଲେ । ସାରା ରାଜ୍ୟରେ ଥିବା ମନ୍ଦିର ପରିଦର୍ଶନ କରିବେ ବୋଲି ଜଗନ ରେଡ୍ଡୀଙ୍କ ଘୋଷଣା ପରେ ରାଜନୀତି ମଧ୍ୟ ଜୋର ଧରିଛି ।  ଜଗନ ରେଡ୍ଡୀ ତିରୁପତି ମନ୍ଦିରରେ ପ୍ରବେଶ ପୂର୍ବରୁ ସେ ହିନ୍ଦୁ ଧର୍ମରେ ବିଶ୍ବାସ କରୁଛନ୍ତି ବୋଲି ଘୋଷଣା କରିବାକୁ ଦାବି କରିଥିଲା ରାଜ୍ୟ ବିଜେପି । ବିଜେପି ନେତା ଏଲ.ଦିନାକର କହିଥିଲେ ଯେ, ଯଦିଓ ଭାରତୀୟ ସମ୍ବିଧାନ ଅନୁସାରେ ସେ (ଜଗନ ରେଡ୍ଡୀ) ନିଜ ପସନ୍ଦର ଧର୍ମକୁ ଅନୁସରଣ କରିପାରିବେ କିନ୍ତୁ ଅନ୍ୟ ଧର୍ମ, ସଂସ୍କୃତି ଓ ପରମ୍ପରା ପ୍ରତି ଶ୍ରଦ୍ଧା ଦେଖାଇବା ଜରୁରି ।  

ସେପଟେ ନିୟମ ଅନୁସାରେ, ତିରୁପତିର ଭଗବାନ ଭେଙ୍କଟେଶ୍ବରଙ୍କ ଦର୍ଶନ ଲାଗି ବିଦେଶୀ ନାଗରିକ ଏବଂ ଅଣହିନ୍ଦୁ ବ୍ୟକ୍ତି ତାଙ୍କ ପ୍ରତି ଶ୍ରଦ୍ଧା ପ୍ରକଟ କରିବା ଦରକାର । ଦିନାକର ଆହୁରି କହିଥିଲେ ଯେ, ‘ତାଙ୍କୁ ହିନ୍ଦୁ ମନ୍ଦିରର ପ୍ରଣାଳୀ ଏବଂ ପ୍ରଥାର ପାଳନ କରିବାକୁ ପଡ଼ିବ, ଅନ୍ୟଥା ଦେବସ୍ଥାନମ (ତିରୁମାଳା ମନ୍ଦିର)ରେ ପ୍ରବେଶ କରିବା ଲାଗି ସେ ଅଯୋଗ୍ୟ ବିବେଚିତ ହେବେ ।’ ଏହା ସହ ଶାସନରେ ଥିବା ବେଳେ ତିରୁପତି ମନ୍ଦିର ପ୍ରସାଦରେ ଅପମିଶ୍ରଣ କରିଥିବାରୁ ବିରୋଧୀ ଦଳ ନେତା କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ଏଲ. ଦିନାକର । 

  • Tirupati Laddu Prasadam row
  • Tirupati laddu row
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.