ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜିମ୍ବାଓ୍ବେକୁ ୨୩ ରନ୍‌ରେ ହରାଇଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

Image Courtesy: Twitter

ନୂଆଦିଲ୍ଲୀ: ଜିମ୍ବାଓ୍ବେ ବନାମ ଭାରତ ଟି-୨୦ ସିରିଜ୍‌ରେ ୨-୧ରେ ଆଗୁଆ ଟିମ୍‌ ଇଣ୍ଡିଆ । ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତର କମାଲ । ଜିମ୍ବାଓ୍ବେକୁ ୨୩ ରନ୍‌ରେ ହରାଇଛି ଭାରତୀୟ ଟିମ୍‌ । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ପରାଜୟ ପରେ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଆଉ ତାପରଠାରୁ ଶୁଭମନ ଗିଲଙ୍କ ନେତୃତ୍ବଧୀନ ଟିମ୍ ଲଗାତାର ୨ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଦ୍ବିତୀୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୧୦୦ ରନ୍‌ରେ ବିଜୟୀ ହୋଇଥିବା ବେଳେ ଆଜି ୨୩ ରନ୍‌ରେ ଜିମ୍ବାଓ୍ବେକୁ ହରାଇଛି । ଏହା ସହ ୫ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଭାରତୀୟ ଟିମ୍‌ ।

ହରାରେରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଆଜି ଶୁଭମନ ଗିଲ୍‌ ଅଧିନାୟକ ପାଳି ଖେଳିଥିଲେ । ୪୯ ବଲ୍‌ରୁ ୬୬ ରନ୍‌ କରି ଆଉଟ ହୋଇଥିଲେ ଗିଲ୍‌ । ଯଶସ୍ବୀ ଜୟସ୍ବାଲ ୩୬ ରନ୍‌ କରିଥିଲେ । ଗତ ମ୍ୟାଚ୍‌ରେ ଶତକ କରିଥିବା ଅଭିଶେକ ଶର୍ମା ଆଜି କେବଳ ୧୦ ରନ୍‌ କରିଥିଲେ । ପୂର୍ବ ମ୍ୟାଚ୍‌ ଭଳି ଆଜିର ମ୍ୟାଚ୍‌ରେ ଋତୁରାଜ ଗାଏକ୍ବାଡ ଦମଦାର ପ୍ରଦର୍ଶନ କରିବା ସହ ୪୯ ରନ୍‌ କରି ଆଉଟ ହୋଇଥିଲେ । ତାଙ୍କ ବ୍ୟତୀତ ସଞ୍ଜୁ ସାମସନଙ୍କ ଅପରାଜିତ ୧୨ ଏବଂ ରିଙ୍କୁ ସିଂହଙ୍କ ଅପରାଜିତ ୧ ରନ୍‌ ବଳରେ ଟିମ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୮୪ ରନ୍‌ କରିଥିଲା ।

୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିବା ଜିମ୍ବାଓ୍ବେ ଟିମ୍‌ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୯ ରନ୍‌ରେ ଅଟକି ଯାଇଛି । ଜିମ୍ବାଓ୍ବେ ଟିମ୍‌ର ଡାୟନ ମାୟର୍ସଙ୍କ ଅପରାଜିତ ୬୫ ରନ୍‌ ବୃଥା ଯାଇଛି । ତାଙ୍କ ବ୍ୟତୀତ କ୍ଲାଇଭ ମାଣ୍ଡଡେ (୩୭), ଓ୍ବେସଲେ ମାଧିବୀରେ (୧), ତାହିଓ୍ବାନସେ ମାରୁମାନୀ (୧୩), ବ୍ରାୟନ ବେନେଟ (୪), ଜନାଥନ କାମ୍ପବେଲ (୧)  ଏବଂ ଓ୍ବେଲିଂଟନ୍‌ ମାସାକାଜା ଅପରାଜିତ ୧୮ ରନ୍‌ କରିଥିଲେ ସୁଦ୍ଧା ଦଳ ଲକ୍ଷ୍ୟ ହାସଲ କରିପାରି ନାହିଁ । ସେପଟେ ଟିମ୍‌ ଇଣ୍ଡିଆ ପକ୍ଷରୁ ଓ୍ବାଶିଂଟନ ସୁନ୍ଦର ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ଆଭେଶ ଖାନ ଦୁଇଟି ଓ୍ବିକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

  • Team India
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.