ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କୁକୁର କାମୁଡ଼ିଲେ ପ୍ରତ୍ୟେକ ଦାନ୍ତ ଚିହ୍ନରେ ମିଳିବ ୧୦ ହଜାର କ୍ଷତିପୂରଣ ରାଶି : ହାଇକୋର୍ଟ

ଚଣ୍ଡିଗଡ଼ :  ବୁଲା କୁକୁର କାମୁଡ଼ିଲେ ପୀଡ଼ିତଙ୍କୁ ମିଳିବ କ୍ଷତିପୂରଣ। କୁକୁରର ପ୍ରତି ଦାନ୍ତର ଚିହ୍ନରେ କ୍ଷତିପୂରଣ ରାଶି ସ୍ୱରୂପ ୧୦ ହଜାର ଟଙ୍କା  ଦେବେ ସରକାର। ସଦ୍ୟ ହରିୟାଣା ଓ ପଞ୍ଜାବ ହାଇକୋର୍ଟ ଏମିତି ଏକ ରାୟ ଶୁଣାଇଛନ୍ତି। ଏକ ଶୁଣାଣି ବେଳେ କୋର୍ଟ କହିଛନ୍ତି କି , ପ୍ରତି ଦାନ୍ତ ଚିହ୍ନରେ ଅତି କମ୍‌ରେ ୧୦ ହଜାର ଟଙ୍କାର କ୍ଷତିପୂରଣ ରାଶି ମିଳିବା ଉଚିତ୍‌। ଏହା ବ୍ୟତୀତ ଯଦି କ୍ଷତ ସ୍ଥାନରେ ୦.୨ ସେଣ୍ଟିମିଟର ମାଂସ ବାହାରକୁ ଆସିଯାଏ ତ ଏହା ବଦଳରେ ଅତି କମ୍‌ରେ ୨୦ ହଜାର ଟଙ୍କାର କ୍ଷତିପୂରଣ ମିଳିବା ଉଚିତ। କୋର୍ଟ ବୁଲା କୁକୁରଙ୍କ ଦ୍ୱାରା ହମଲା ସହ ଜଡ଼ିତ ୧୯୩ ମାମଲାର ଶୁଣାଣି କରି  ଏହି ଆଦେଶ ଦେଇଛନ୍ତି। 

ହାଇକୋର୍ଟଙ୍କ ପୀଠ ଏହି ଆଦେଶରେ ବୁଲା କୁକୁରଙ୍କ କାମୁଡ଼ାକୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇପାରେ। ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି, ଯେବେ ଦେଶରେ ବୁଲା କୁକୁରଙ୍କ ଆକ୍ରମଣକୁ ନେଇ ତର୍କ ଲାଗି ରହିଛି। ଅକ୍ଟୋବର ମାସରେ ପ୍ରସିଦ୍ଧ ଚା ‘ କମ୍ପାନୀ ‘ୱାଘ ବକରୀ’ର ସିଇଓ ପରାଗ ଦେଶାଇଙ୍କ ଉପରେ ବୁଲା କୁକୁର ଆକ୍ରମଣ କରିଥିଲେ। ଏଥିରୁ ରକ୍ଷା ପାଇବା ଚେଷ୍ଟାରେ ସେ ଖସି ପଡ଼ିଥିଲେ ଏବଂ ତାଙ୍କର ହସ୍ପିଟାଲରେ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣା ବୁଲା କୁକୁରଙ୍କ ଆକ୍ରମଣର ବିବାଦକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ଏହା ବ୍ୟତୀତ ଗାଜିଆବାଦରେ ଜଣେ ଛୋଟ ପିଲାର ଅତି ଦୟନୀୟ ସ୍ଥିତିରେ ମୃତ୍ୟୁ ହୋଇଥିଲା ଏବଂ ସେ କୁକୁର ଭଳି ଭୁକୁ ଥିଲା। 

‘ୱାଘ ବକରୀ’ ଚା’ ର ସିଇଓଙ୍କ ମୃତ୍ୟୁ ପୁଣି ଥରେ ଉକ୍ତ ଘଟଣାକୁ ଚର୍ଚ୍ଚାର ପରିସରକୁ ଆଣିଛି ଏବଂ ସୋସିଆଲ ମିଡ଼ିଆରେ ଲୋକେ ଦାବି କରୁଛନ୍ତି କି ଏଥିରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ନେବାକୁ ହେବ। କୁକୁର କାମୁଡ଼ିବା ମାମଲାର ଶୁଣାଣି କରି ପୀଠ କହିଛି , ଏମିତି ମାମଲାରେ ପ୍ରଶାସନ ଦାୟୀ ରହିବ। ହାଇକୋର୍ଟ ପଞ୍ଜାବ , ହରିଆଣା ଓ ଚଣ୍ଡିଗଡ଼କୁ ଆଦେଶ ଦେଇଛନ୍ତି କି, ସେ ଏକ କମିଟି ଗଠନ କରନ୍ତୁ  ଯିଏ ସ୍ଥିର କରିବେ କି କାମୁଡ଼ିବା ବା ଅନ୍ୟ ବୁଲା ପଶୁଙ୍କ ଆକ୍ରମଣ ମାମଲାରେ କେତେ କ୍ଷତିପୂରଣ ଦିଆଯିବ। ବୁଲା ପଶୁଙ୍କ ମଧ୍ୟରେ ଗାଈ , ଷେଣ୍ଢ , ନୀଳଗାଈ , ଗଧ , କୁକୁର , ମଇଁଷି ଓ ଅନ୍ୟ ପଶୁ ସାମିଲ ଅଛନ୍ତି । 

ହାଇକୋର୍ଟ କହିଛନ୍ତି , ବୁଲା ପଶୁଙ୍କ ଆକ୍ରମଣ ସହ ଜଡ଼ିତ ମାମଲାରେ କ୍ଷତିପୂରଣ ପାଇଁ ଗଠନ ହେବାକୁ ଥିବା କମିଟିରେ ଡେପୁଟୀ କମିଶନର , ଏସଡିଏ , ଟ୍ରାଫିକ ପୁଲିସର ଏସପି ଅଥବା ଡିଏସପିଙ୍କ ଭଳି ଅଧିକାରୀଙ୍କୁ ସାମିଲ କରିବା ଉଚିତ। 

Copyright © 2022 - Summa Real Media Private Limited. All Rights Reserved.