ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୮ ମାସରେ ୧୬ ଗିରଫ; ଦିଲ୍ଲୀ ମଦ ନୀତି ମାମଲାରେ କିଏ କିଏ ଯାଇଛନ୍ତି ଜେଲ୍‌

ନୂଆଦିଲ୍ଲୀ,୨୨/୦୩: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି। ତେବେ ଗିରଫ ପୂର୍ବରୁ କେଜ୍ରିଓ୍ବାଲ ସୁରକ୍ଷାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ବି ଏଥିରେ କୋର୍ଟ ତାଙ୍କୁ ଆଶ୍ବସ୍ତି ପ୍ରଦାନ କରିନଥିଲେ। ଏହାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ବାସଭବନରେ ଇଡି ଚଢ଼ାଉ କରିଥିଲା ଏବଂ ଦୁଇ ଘଣ୍ଟାର ଜେରା ପରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ତମାମ ମାମଲାରେ ଏହା ହେଉଛି ୧୬ ତମ ଗିରଫଦାରି।

ଗୋଟିଏ ସପ୍ତାହ ପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ ଇଡି ତେଲଙ୍ଗାନାର ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆର୍‌ଏସ୍‌ ନେତ୍ରୀ କବିିତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ତାଙ୍କ ଉପରେ ମଧ୍ୟ ଅର୍ଥ ହେରଫେର ଅଭିଯୋଗ ହୋଇଥିଲା। ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କୁ ଇଡି ପୂର୍ବରୁ ଗିରଫ କରିସାରିଛି। ଏହି ମାମଲାରେ ଏବେ ଚତୁର୍ଥ ହାଇ ପ୍ରୋଫାଇଲ ଗିରଫ କରାଯାଇଛି। ଏହି ନେତାଙ୍କୁ ପିଏମ୍‌ଏଲ୍‌ଏ ଧାରା ୩ ଏବଂ ଧାରା ୪ ମାଧ୍ୟମରେ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରାଯାଇଛି।  

ଏହି ମଦ ନୀତି ମାମଲାରେ ପ୍ରଥମ ଗିରଫଦାରି ୨୦୨୨ରେ ହୋଇଥିଲା । ସେତେବେଳେ ଇଡି ସମୀର ମହେନ୍ଦୁଙ୍କୁ ୨୮ ସେପ୍ଟେମ୍ବର ୨୦୨୨ରେ ଗିରଫ କରିଥିଲା। ମହେନ୍ଦୁ ଦେଶର ସବୁଠାରୁ ବଡ଼ ମଦ ବ୍ୟବସାୟୀ ଥିଲେ। 

ଏପର୍ଯ୍ୟନ୍ତ କିଏ କିଏ ହୋଇଛନ୍ତି ଗିରଫ?

ଦିଲ୍ଲୀ ମଦ ନୀତି ମାମଲାରେ ବର୍ତ୍ତମାନ ସୁଦ୍ଧା ସମୀର ମହେନ୍ଦୁ, ପି ଶରତ ଚନ୍ଦ୍ର ରେଡ୍ଡି, ବିନୟ ବାବୁ, ବିଜୟ ନାୟର, ଅଭିଶେକ ବୋଇନପଲ୍ଲୀ, ଅମିତ ଆରୋରାଙ୍କୁ ଗିରଫ କରାଯାଇସାରିଛି। ଏହି ସବୁ ଗିରଫଦାରି ୨୦୨୨ରେ ହୋଇଥିବା ବେଳେ ୨୦୨୩ରେ ଇଡି ଗୌତମ ମଲ୍‌ହୋତ୍ରା, ରାଜେଶ ଯୋଶୀ, ରାଘବ ମଙ୍ଗୁଟା, ଅମନ ଢ଼ାଲ, ଅରୁଣ ପିଲ୍ଲାଇ, ମନୀଷ ସିସୋଦିଆ, ଦିନେଶ ଆରୋରା ଏବଂ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ଇଡି। ୨୦୨୪ ରେ ଦ୍ବିତୀୟ ଥରରେ କେଜରିଓ୍ବାଲଙ୍କୁ ଗିରଫ କରିଛି ଇଡି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.