ଭୁବନେଶ୍ବର, ୧୪।୮ : ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାକୁ ଆସିବେ ୫ ମହାବଳ । ବରଗଡ଼ ଡେବ୍ରିଗଡ଼ରେ ଛଡ଼ାଯିବ ୩ ମହାବଳ ଓ ଶିମିଳିପାଳରେ ଛଡ଼ାଯିବ ଦୁଇ ମହାବଳ । ଏଥିପାଇଁ ଆଇନଗତ ପ୍ରକ୍ରିୟା ସରିଛି । ମହାବଳ ବାଘ ଆସିବାକୁ ଥିବା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ମଧ୍ଯ ଅନୁମତି ଦେଇ ସାରିଛନ୍ତି । ଯେଉଁ ବାଘ ଆସିବେ ତାହା ମଧ୍ୟ ଚିହ୍ନଟ ହୋଇ ସାରିଛନ୍ତି । ମହାବଳ ସ୍ଥାନାନ୍ତରଣ ଉଦ୍ଦେଶ୍ୟରେ ସପ୍ତାହେ ଭିତରେ ବନ ବିଭାଗର ଦୁଇଟି ଟିମ ଏହି ଦୁଇ ରାଜ୍ୟକୁ ଯିବେ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
ଡେବ୍ରିଗଡ଼ରେ ବାଘ ଛଡାଯିବା ପୂର୍ବରୁ ଯେଭଳି ବାଘ ଗାଁ ଗଣ୍ଡା କୁ ନ ଯିବେ, ସୋଲାର ଫେନ୍ସିଂ କାମ ସରାଯିବ । ସ୍ଥାନୀୟ ଲୋକ ଓ ଲୋକପ୍ରତିନିଧିଙ୍କ ସହ ମଧ୍ଯ ଆଲୋଚନା କରାଯାଇ ସରକାରଙ୍କ ଅନୁମତି ନେଇ ବାଘ ଛଡ଼ାଯିବ ବୋଲି କହିଛନ୍ତି।