ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯକ୍ଷ୍ମାରେ ପ୍ରାଣ ହରାଇଥିଲେ ପୁରୀର ଦାମୋଦର; ଚକ୍ଷୁଦାନ ପାଇଁ ନିଷ୍ପତ୍ତି ନେଲେ ୬ ଭାଇ

ପୁରୀ, ୨୪।୪: ଭାଇ ମରିଗଲା, ହେଲେ ଭାଇର ଚକ୍ଷୁ ବଞ୍ଚି ରହିଲା । ଭାଇର ମୃତଦେହ ସ୍ୱର୍ଗଦ୍ୱାରରେ ଜଳିବା ପୂର୍ବରୁ ତାଙ୍କ ଚକ୍ଷୁଦାନ କରିଛନ୍ତି ଅନ୍ୟ ୬ ଭାଇ । ଭାଇ ଆଖିରେ ଅନ୍ୟ ଦୁଇ ଜଣେ ଦୁନିଆ ଦେଖିପାରିବ ଓ ଏପରି ଭାବେ ତାଙ୍କ ଭାଇ ଅମର ରହିବ ବୋଲି ବିଶ୍ୱାସ କରି ମଝିଆ ଓ ସାନ ଭାଇମାନେ ଏହି ମହତ ପଦକ୍ଷେପ ନେଇଛନ୍ତି । ତାଙ୍କ ଭାଇକୁ ହରାଇବାର ଅସରନ୍ତି ଦୁଃଖକୁ ଅଙ୍ଗଦାନର ସନ୍ତୋଷ ସାମାନ୍ୟ ଲାଘବ କରିପାରିଛି । ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ବ୍ୟକ୍ତି ଜଣକ ହେଲେ ପୁରୀ ଶ୍ରୀମନ୍ଦିର ନିକଟ ବରାହିଲେନ୍‌ର ୫୦ ବର୍ଷିୟ ଦାମୋଦର ପଣ୍ଡା । ମଙ୍ଗଳବାର ସକାଳେ ଝାଡ଼ାବାନ୍ତି ହେବା ପରେ ସେ ପୁରୀ ରେଡକ୍ରସ ରୋଡ୍‌ରେ ଥିବା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ । ସେଠାରେ କିଛି ସମୟ ଚିକିତ୍ସା ପରେ ସୁସ୍ଥ ଲାଗିବାରୁ ପରିବାର ସହ ଘରକୁ ଚାଲି ଆସିଥିଲେ । ମାତ୍ର ସନ୍ଧ୍ୟାରେ ପୁଣି ଶରୀର ଅସୁସ୍ଥ ହୋଇପଡ଼ିଥିଲା । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅକାଳ ମୃତ୍ୟୁ ହୋଇଯାଇଥିଲା । 

ସେ ବିବାହ କରିନଥିଲେ । ୭ ଭାଇଙ୍କ ମଧ୍ୟରେ ସେ ଥିଲେ ମଝିଆ । ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ । ଦାମୋଦର ଜଣେ ଧାର୍ମିକ ବ୍ୟକ୍ତି ଥିଲେ । ଏଥିସହ ସାମାଜିକ କାର୍ଯ୍ୟ ନିମନ୍ତେ ଅଞ୍ଚଳରେ ବେଶ ପରିଚିତ ମଧ୍ୟ ଥିଲେ । ଖବର ପାଇ ବହୁ ସାମାଜିକ କର୍ମୀମାନେ ମଧ୍ୟ ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ଦାମୋଦରଙ୍କ ଚକ୍ଷୁ ଦାନ କରିବାକୁ ତାଙ୍କ ଭାଇମାନଙ୍କୁ ସାମାଜିକ କର୍ମୀ ବ୍ରଜକିଶୋର ସାହୁ ପରାମର୍ଶ ଦେଇଥିଲେ । ଯାହା ପରେ ଦାମୋଦରଙ୍କ ଚକ୍ଷୁ ଦାନ କରିବାକୁ ଭାଇ ସୁଦାମ ପଣ୍ଡା, ଶ୍ୟାମସୁନ୍ଦର ପଣ୍ଡା, ଶିବପ୍ରସାଦ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ଶଙ୍କର ପଣ୍ଡା ଓ କୃଷ୍ଣ ଚନ୍ଦ୍ର ପଣ୍ଡା ଦୁଃଖ ଭିତରେ ମଧ୍ୟ ଏକ ମହତ କାର୍ଯ୍ୟ ଭାବି ନିଷ୍ପତ୍ତି ନେଇଥିଲେ । 

ବ୍ରଜକିଶୋର ସାହୁ କହିଛନ୍ତି, ସମାଜର ଭଲ ଚାହୁଁଥିବା ବ୍ୟକ୍ତି କେବଳ ସମାଜ ଉଦ୍ଦେଶ୍ୟରେ ବଞ୍ଚେ । ଏହାକୁ ଯଥାର୍ଥ କରିବା ନିମନ୍ତେ ଦାମୋଦରଙ୍କ ଚକ୍ଷୁ ତାଙ୍କ ପରିବାର ଲୋକେ ଦାନ କରିଛନ୍ତି । ଯେକୌଣସି ବ୍ୟକ୍ତି ମୃତ୍ୟୁର ୬ ଘଣ୍ଟା ପୂର୍ବରୁ ଆଖି ଦାନ କରିପାରିବ ଏବଂ ତାଙ୍କ ଆଖରେ ଦୁଇ ଜଣ ଦୁନିଆ ଦେଖିପାରିବେ । ଯାହା ଗତକାଲି ବିଳମ୍ବିତ ରାତିରେ ସଦର ମୁଖ୍ୟ ଚିକିତ୍ସାଳୟରେ ଘଟିଛି । ଏଠାରେ ଥିବା ଚକ୍ଷୁ ବ୍ୟାଙ୍କକୁ ଦାମୋଦରଙ୍କ ଆଖି ଦାନ କରାଯାଇଥିଲା । ପରେ ତାଙ୍କ ମୃତଦେହକୁ ସ୍ୱର୍ଗଦ୍ୱାରରେ ଦାହ କରାଯାଇଥିଲା । ସାନ ଭାଇ ଶିବପ୍ରସାଦ ପଣ୍ଡା ମୁଖାଗ୍ନି ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.