ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇରାନ୍ ସୀମାରେ ଆତତାୟୀଙ୍କ ଗୁଳିମାଡ଼ରେ ୯ ପାକିସ୍ତାନୀ ମୃତ, ୨ ପଡ଼ୋଶୀ ମଧ୍ୟରେ ପୁଣି ବଢ଼ିଲା ତିକ୍ତତା

ନୂଆଦିଲ୍ଲୀ, ୨୮/୦୧: ପାକିସ୍ତାନରେ ଇରାନର ଏୟାର ଷ୍ଟ୍ରାଇକ୍ ପରେ ପୁଣି ଥରେ ୨ ଦେଶ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ପାକିସ୍ତାନକୁ ଲାଗି ରହିଥିବା ଇରାନ ଦକ୍ଷିଣ ପୂର୍ବ ସୀମାରେ ଅଜ୍ଞାତ ବନ୍ଧୁକଧାରୀ ଶନିବାର ଆଖି ବୁଜା ଗୁଳିମାଡ଼ କରିଛି । ଯେଉଁଥିରେ ୯ ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଇରାନରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ଏନେଇ ସୂଚନା ଦେଇଛନ୍ତି ।

ଇରାନ୍ ଗଣମାଧ୍ୟମ ଅନୁସାରେ, ଗୁଳିମାଡ଼ କରିଥିବା ୩ ଅଜ୍ଞାତ ବନ୍ଧୁକଧାରୀଙ୍କୁ ଖୋଜୁଛି ପୋଲିସ । ଗୁଳିକାଣ୍ଡ ପରେ ଆତତାୟୀ ଫେରାର୍ ହୋଇ ଯାଇଛନ୍ତି । ଗୁଳିମାଡ଼ରେ ୯ ଜଣଙ୍କ ମୃତ୍ୟୁକୁ ନେଇ ପାକିସ୍ତାନ ରାଷ୍ଟ୍ରଦୂତ ମୁହମ୍ମଦ ମୁଦସିର ଟିପୁ କହିଛନ୍ତି, ସରାବନରେ ୯ ପାକିସ୍ତାନୀଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ମାମଲାରେ ସହଯୋଗ ପାଇଁ ଇରାନକୁ ନିବେଦନ କରାଯାଉଛି ।

ଘଟଣାକୁ ନେଇ ଇରାନର ସରକାରୀ ଗଣମାଧ୍ୟମ କହିଛି, କୌଣସି ବ୍ୟକ୍ତି ଅଥବା ଗୋଷ୍ଠୀ ସିସ୍ତାନ-ବଲୁଚିସ୍ତାନ ପ୍ରଦେଶର ସାରାବନରେ ଗୁଳିମାଡ଼ ନେଇ ନିଜକୁ ଦାୟୀ କରି ନାହାନ୍ତି । ବଲୁଚର ଅଧିକାରୀଙ୍କ ଅନୁସାରେ, ନିହତ ପାକିସ୍ତାନର ଶ୍ରମିକ ଥିଲେ । ସମସ୍ତେ ଏକ ଗ୍ୟାରେଜରେ କାମ କରନ୍ତି ଏବଂ ସେଠାରେ ରୁହନ୍ତି । ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।

ଗୁଳିମାଡ଼କୁ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ନିନ୍ଦା କରିଛି । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଘଟଣା ଭୟାବହ ଅଟେ । ଗୁଳିକାଣ୍ଡ ନେଇ ଆମେ ଇରାନ୍ ସହ ଯୋଗାଯୋଗରେ ରହିଛୁ । ତୁରନ୍ତ ଯାଞ୍ଚ ସହ ଏଥିରେ ସାମିଲ୍ ଲୋକଙ୍କୁ ଦାୟୀ କରିବା ଉପରେ ଗୁରୁତ୍ୱ ଦିଆ ଯାଇଛି ।

ଇରାନ୍ ବିଦେଶ ମନ୍ତ୍ରଣାଳୟ ମଧ୍ୟ ଗୁଳିମାଡ଼କୁ ନିନ୍ଦା କରିଛି । ଇରାନ ବିଦେଶ ମନ୍ତ୍ରଣାଳୟ କହିଛି, ବିଦେଶ ମନ୍ତ୍ରୀ ହୋସୈନ୍ ଅମୀରାବଦୋଲ୍ଲାହିଆନଙ୍କ ପ୍ରସ୍ତାବିତ ପାକିସ୍ତାନ ଗସ୍ତ ପୂର୍ବରୁ ଏହି ଆକ୍ରମଣ ହୋଇଛି । ହୋସୈନ୍ ସୋମବାର ପାକିସ୍ତାନ ଯାଇଥାନ୍ତେ । ଗୁଳିମାଡ଼କୁ ନେଇ ହୋସୈନ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଭାଇଚାରା ସମ୍ପର୍କ ନଷ୍ଟ କରିବାକୁ ଦିଆଯିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.