ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ମୃତ୍ୟୁର କାରଣ ଖୋଜୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର, ୧୯।୯: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ଥମିବାର ନା ନେଉନାହିଁ । ପୁଣି ଜଣଙ୍କ ମୁଣ୍ଡ ନେଇଛି ସ୍କ୍ରବ୍‌ ଟାଇଫସ୍‌ । ସୁନ୍ଦରଗଡ଼ରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଫଳରେ ରାଜ୍ୟ ସରକାରଙ୍କୁ ସ୍କ୍ରବ୍‌ ଟାଇଫସ ଚିନ୍ତା ବଢ଼ାଇଛି । ପ୍ରକୃତରେ ସ୍କ୍ରବ୍‌ ଟାଇଫସ୍‌ ପାଇଁ ଜୀବନ ଯାଇଛି ନା ଆଉ କିଛି କାରଣ ରହିଛି ? ତାହାର ତଦନ୍ତ ପାଇଁ ଭୁବନେଶ୍ୱରରୁ ବିଶେଷଜ୍ଞ ଦଳ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ଗସ୍ତ କରିଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ଟିମ୍‌ ପଠାଯାଇଛି । ବରଗଡ଼ ଜିଲ୍ଲାରେ ୫ ସ୍କ୍ରବ୍‌ ଟାଇଫସ ସନ୍ଦିଗ୍ଧ ମୃତ୍ୟୁ ତଦନ୍ତ ହେବ । ଭୁବନେଶ୍ୱରରୁ ଜଣେ ଯୁଗ୍ମ ନିର୍ଦ୍ଦେଶକ ଓ ଜଣେ ଏପିଡୋମିଓଲଜିଷ୍ଟଙ୍କୁ ପଠାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ଆଉ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ପଠାଯାଇଛି । 

ରାଜ୍ୟରେ ସ୍କ୍ରବ୍‌ ଟାଇଫସ ସର୍ଭେଲାନ୍ସ କରାଯାଉଛି । ଏଲିଶା ପଦ୍ଧତିରେ ଟେଷ୍ଟିଂ ହେଉଛି । ରୋଗର ତୁରନ୍ତ ଚିହ୍ନଟକୁ ଗୁରୁତ୍ୱ ଦିଆଯାଉଛି । ଏଣୁ ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଟେଷ୍ଟ ସଂଖ୍ୟା ବଢୁଛି । କେବଳ ଏଲିଶା ପଦ୍ଧତିରେ ରୋଗର ପ୍ରକୃତ କାରଣ ଜଣାପଡ଼ିବ । ଏହାଛଡ଼ା ଜିଲ୍ଲାରେ ଲୋକଙ୍କୁ ସଚେତନତା ବଢ଼ାଯାଉଛି ଏବଂ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସା ନେଇ ତାଲିମ ଦିଆଯାଇଛି । ଅନ୍ୟପଟରେ ନିପା ଭାଇରସ ଆତଙ୍କ ଉପରେ ମତ ରଖି ଡାକ୍ତର ମିଶ୍ର କହିଛନ୍ତି, ଓଡ଼ିଶାରେ ନିପା ଭାଇରସ୍‌ର କୌଣସି ପ୍ରଭାବ ନାହିଁ । କେନ୍ଦ୍ର ସରକାର ବି କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି । ତଥାପି ରାଜ୍ୟ ସରକାରଙ୍କ ପକ୍ଷରୁ ନଜର ରଖାଯିବ । ଏହାବ୍ୟତୀତ ନିପା ଭାଇରସ୍‌ ପରୀକ୍ଷା ଓଡ଼ିଶାରେ ସମ୍ଭବ ନୁହେଁ । 

କେବଳ ଏନ୍‌ଆଇଭି ପୁନେରେ ହିଁ ଏହାର ଟେଷ୍ଟିଂ ବ୍ୟବସ୍ଥା ରହିଛି । ଅନ୍ୟପଟରେ ରାଜ୍ୟରେ ୧୦ ହଜାର ଊଦ୍ଧ୍ୱର୍ ସ୍କ୍ରବ୍‌ ଟାଇଫସ୍‌ ନମୁନା ଟେଷ୍ଟିଂ କରାଯାଇଛି । ସେଥିରୁ ସର୍ବାଧିକ କେନ୍ଦୁଝର ଜିଲାରେ ୬୨୭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ୧୮୩ ଚିହ୍ନଟ ହୋଇଛନ୍ତି । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲାରେ ୧୨ ରୋଗୀ ସ୍କ୍ରବ୍‌ ଟାଇଫ୍‌ସରେ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  

scrub typhus
bhubaneswar
odisha
PrameyaOdia

Copyright © 2022 - Summa Real Media Private Limited. All Rights Reserved.