ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ରନ୍‌ଓ୍ବେରେ ବୁଲୁଥିଲା ବୁଲା କୁକୁର, ଅବତରଣ କରିନପାରି ବେଙ୍ଗାଲୁରୁ ଫେରିଆସିଲା ବିମାନ

ପାନାଜୀ: ଗୋଆର ଡାବୋଲିମ୍‌ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ବିସ୍ତାରା ଏୟାର ଲାଇନ୍ସର ଏକ ବିମାନ । ବିମାନବନ୍ଦରର ରନଓ୍ବେରେ ଅବତରଣ କରିବାକୁ ଯାଉଥିବା ବିମାନକୁ ପୁଣି ଥରେ ବେଙ୍ଗାଲୁରୁ ଫେରିଆସିବାକୁ ପଡ଼ିଛି । ତେବେ ରନଓ୍ବେରେ ଏକ ବୁଲା କୁକୁର ଚାଲିଆସିବାରୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । 

ସୋମବାର ବେଙ୍ଗାଲୁରୁର କେମ୍ପେଗୋଡା ବିମାନବନ୍ଦରରୁ  ଭିସ୍ତାରା ବିମାନ ୟୁକେ-୮୮୧  ଦିନ ୧୨.୫୫ରେ ଯାତ୍ରା ଆରମ୍ଭ କରିଥିଲା । ହେଲେ ଡାବୋଲିମ ଏୟାରପୋର୍ଟରେ ଅବତରଣ କରିନପାରି ଅପରାହ୍ଣ ୩ଟା ୫ରେ ବେଙ୍ଗାଲୁରୁ ଫେରିଆସିଥିଲା । ପରେ ପୁଣି ଥରେ ଅପରାହ୍ଣ ୪ଟା ୫୫ରେ ପୁନଃ ଉଡ଼ାଣ ଭରିବା ସହ ସନ୍ଧ୍ୟା ୬.୧୫ରେ ଗୋଆରେ ପହଞ୍ଚିଥିଲା । 

ସୋମବାର ବିମାନ ଅବତରଣ କରିପାରିନଥିଲା । ଏହି ସମୟରେ ବିସ୍ତାରା ଏୟାର ଲାଇନ୍ସ ପକ୍ଷରୁ ଟ୍ବିଟ କରି ଯାତ୍ରୀକୁ ସୂଚନା ଦିଆଯାଇଥିଲା ଯେ, ଗୋଆ ବିମାନବନ୍ଦରରେ ରନୱେ ପ୍ରତିବନ୍ଧକ ହେତୁ ବେଙ୍ଗାଲୁରୁରୁ ଗୋଆ ଆସୁଥିବା ଫ୍ଲାଇଟ୍ ୟୁକେ-୮୮୧ ପୁଣିଥରେ ବେଙ୍ଗାଲୁରୁ ଫେରିଯାଇଛି । ଅପରାହ୍ଣ ୩ଟା୫ରେ ବିମାନଟି ବେଙ୍ଗାଲୁରୁରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

ଏହା ପରେ ଅନ୍ୟ ଏକ  ପୋଷ୍ଟ ସେୟାର କରି ଭିସ୍ତାରା ପକ୍ଷରୁ କୁହାଯାଇଥିଲା ଯେ, ବେଙ୍ଗାଲୁରୁ-ଗୋଆ ବିମାନ ୟୁକେ-୮୮୧ ବେଙ୍ଗାଲୁରୁକୁ ଡାଇଭର୍ଟ ହୋଇଛି । ବିମାନ ପୁଣି ଥରେ ଅପରାହ୍ଣ ୪ଟା ୫୫ରେ ଉଡ଼ାଣ ଭରିବା ସହ ସନ୍ଧ୍ୟା ୬ଟା୫୫ରେ ଗୋଆ ପହଞ୍ଚିବ ବୋଲି ଆଶା କରାଯାଉଛି । 

 ତେବେ ରନଓ୍ବେରେ ଅବତରଣ ପୂର୍ବରୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ ବିମାନର ପାଇଲଟଙ୍କୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା । ରନଓ୍ବେରେ ଏକ ବୁଲା କୁକୁର ଦେଖାଯିବା ପରେ ଏୟାର ଟ୍ରାଫିକ କଣ୍ଟୋଲ କର୍ତ୍ତୃପକ୍ଷ ପାଇଲଟଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିଲେ । ହେଲେ ପାଇଲଟ ବିମାନଟିକୁ ବେଙ୍ଗାଲୁରୁ ଫେରାଇ ଆଣିବାକୁ ଉଚିତ ମଣିଥିଲେ ବୋଲି ଗୋଆ ଏୟାରପୋର୍ଟ ନିର୍ଦ୍ଦେଶ ଧନଞ୍ଜୟ ରାଓ କହିଛନ୍ତି ।

  • Vistara
  • Copyright © 2022 - Summa Real Media Private Limited. All Rights Reserved.