ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରାଗରେ ବିଜେପି ନେତାଙ୍କୁ ଧକ୍କା ଦେଲେ ଅଧୀର ରଞ୍ଜନ, ପଶ୍ଚିମବଙ୍ଗରେ ବଢିଲା ରାଜନୈତିକ ବିବାଦ

କୋଲକାତା,୧୯।୪: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ରାମ ନବମୀ ଅବସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିବାଦ ବଢିଛି। ହିଂସାରେ ଆହତ ଲୋକଙ୍କୁ ଦେଖିବାକୁ ଯେତେବେଳେ କଂଗ୍ରେସ ନେତା ଓ ସ୍ଥାନୀୟ ସାଂସଦ ଅଧିର ରଞ୍ଜନ ଚୌଧୁରୀ ମୁର୍ସିଦାବାଦ ମେଡିକାଲ କଲେଜ୍ ହସ୍ପିଟାଲ ପହଁଞ୍ଚିଥିଲେ ତାଙ୍କୁ ପ୍ରଦଶର୍ନକାରୀଙ୍କ ରାଗର ଶିକାର ହେବାକୁ କଡିଥିଲା। ଅଧିୀର ରଞ୍ଜନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି କର୍ମୀମାନେ ତାଙ୍କୁ ଘେରି ଯାଇ ନାରାବାଜି କରିଥିଲେ। ଏହାପରେ ସ୍ଥିତି ଖରାପ ହୋଇଯାଇଥିଲା। କଂଗ୍ରେସ ଓ ବିଜେପି କର୍ମୀ ପରସ୍ପର ଭିତରେ ସଂଘର୍ଷର ସମ୍ମୁଖୀନ ହୋଇଥିଲେ।

କଥିତ ଭାବରେ ଜଣେ ବିଜେପି ନେତା ଓ ଅଧିର ରଞ୍ଜନ ଚୌଧୁରୀଙ୍କ ଭିତରେ ହାତହାତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଏହା ଭିତରେ ଅଧିର ରଞ୍ଜନ ଚୌଧୁରୀ ସେହି ବିଜେପି ନେତାଙ୍କୁ ଧକ୍କା ଦେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରିପୋର୍ଟରେ କୁହାଯାଉଛି ଯେ, ପ୍ରଥମେ ଅଧୀର ରଞ୍ଜନଙ୍କ ସୁରକ୍ଷାକର୍ମୀ ବିଜେପି ଜିଲ୍ଲାଧ୍ୟକ୍ଷଙ୍କୁ ଧକ୍କା ମାରିଥିଲେ। ଏହାପରେ ନିଜେ ଅଧିର ରଞ୍ଜନ ସେହି ନେତାଙ୍କୁ ଧକ୍କା ମାରିଥିଲେ। 

ନିର୍ବାଚନର ଠିକ୍ ପୂର୍ବରୁ ହୋଇଥିବା ଏହି ସଂଘର୍ଷ ପରେ ରାଜ୍ୟ ରାଜନୀତିର ଉଷ୍ମତା ବଢିଛି। ଏହାକୁ ନେଇ କଂଗ୍ରେସ ନେତା କହିଛନ୍ତି, ମୁଁ ସେହି ଲୋକଙ୍କୁ ଦେଖିବାକୁ ଯାଇଥିଲି, ଯେଉଁମାନେ ହିଂସାକାଣ୍ଡରେ ଆହତ ହୋଇଛନ୍ତି, କିନ୍ତୁ ବିଜେପି କର୍ମୀମାନେ ହସ୍ପିଟାଲରେ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥିଲେ ଓ କହିଥିଲେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି ଓ ମୋତେ ଜବାବ ଦେବା ଦରକାର ସେମାନେ କାହିଁକି ଏଭଳି କଲେ ? ଅଧିର ରଞ୍ଜନ କହିଛନ୍ତି, ଏହି ଦଙ୍ଗା ବିଜେପି କରୁଛି। ମୁଁ ନିର୍ବାଚନ କମିଶନ ସହିତ କଥା ହୋଇଛି।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.