ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ପ୍ଲାଷ୍ଟିକ୍‌ ମୁକ୍ତ ଅଞ୍ଚଳ’ ପାଇଁ ଡିଏଭି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନ ରାଲି

ଭୁବନେଶ୍ୱର, ୧୦।୧୨: ‘ପ୍ଲାଷ୍ଟିକ୍‌ ମୁକ୍ତ ଅଞ୍ଚଳ’ ପାଇଁ ପୋଖରୀପୁଟ ଅଞ୍ଚଳର ଡିଏଭି ଛାତ୍ରଛାତ୍ରୀଙ୍କ ପକ୍ଷରୁ ରାଲି । ପ୍ଲାଷ୍ଟିକ୍‌ ବ୍ୟବହାର କରିବା ଫଳରେ ବାୟୁମଣ୍ଡଳରେ ପଡ଼ୁଥିବା ଏହାର କୁପ୍ରଭାବ ବିଷୟରେ ଦୋକାନୀ ଓ ସାଧାରଣ ଜନତାଙ୍କୁ ଏନେଇ ସଚେତନ କରାଇଛନ୍ତି । ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ହାତ ତିଆରି କପଡ଼ା ବ୍ୟାଗ୍ ଓ ପେପର୍ ବ୍ୟାଗ୍ ବଣ୍ଟନ କରିବା ସହ ଏହାର ଉପକରିତା ବିଷୟରେ ଅବଗତ କରାଇଛନ୍ତି । ଏଥିସହ ଛାତ୍ରଛାତ୍ରୀମାନେ ‘ପୃଥିବୀ ବଞ୍ଚାଅ ଓ ପଲିଥିନ୍ ହଟାଅ’ ଭଳି ବ୍ୟାନର ଦେଖାଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । 

ପ୍ଲାଷ୍ଟିକ୍‌ ସାମଗ୍ରୀର ବ୍ୟବହାର ଫଳରେ ବାୟୁମଣ୍ଡଳ ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ଲୋକଙ୍କୁ ସଜାଗ କରାଇଛନ୍ତି । ସ୍ଥାନୀୟ ଅଞ୍ଚଳ ଓ ପୋଖରୀପୁଟର ସପିଂ କମ୍ଲେକ୍ସ ଯାଏ ପିଲାମାନେ ଏହି ରାଲି କରୁଥିବାର ଦେଖାଦେଇଥିଲା । ଷଷ୍ଠ ଶ୍ରେଣୀ ଓ ସପ୍ତମ ଶ୍ରେଣୀ ପିଲାଙ୍କ ସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏହି ରାଲିରେ ସାମିଲ ଥିଲେ । ଏଥିସହ ଲୋକଙ୍କୁ ସଚେତନତା କାର୍ଡ ବାଣ୍ଟିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ୍ନ କୁମାର ସାହୁ ବିଶୁଦ୍ଧ ବାୟୁମଣ୍ଡଳର ଗୁରୁତ୍ୱ ଓ ପ୍ଲାଷ୍ଟିକ୍‌ର ଅପକାରିତା ବିଷୟରେ  ପିଲାଙ୍କୁ ସଚେତନ କରାଇଛନ୍ତି । ବାୟୁମଣ୍ଡଳକୁ ସବୁଜ ସୁନ୍ଦର ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.