ପ୍ରମୁଖ ଖବର
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଷ୍ଟୋଇନିସ୍‌ଙ୍କ ସାମ୍ନାରେ ଫିକା ପଡ଼ିଲା ଗାଏକ୍ବାଡଙ୍କ ଶତକ, ସିଏସ୍‌କେ ମୁହଁରୁ ବିଜୟ ଛଡ଼ାଇ ଆଣିଲା ଲକ୍ଷ୍ନୌ

Image Courtesy: espncricinfo

ଚେନ୍ନାଇ: ଆଇପିଏଲ ୨୦୨୪ର ୩୯ ତମ ମ୍ୟାଚ୍‌ରେ ଲକ୍ଷ୍ନୌର ରୋମାଞ୍ଚକର ବିଜୟ । ହୋମ ଗ୍ରାଉଣ୍ଡରେ ଚେନ୍ନାଇକୁ ଶୋଚନୀୟ ଭାବେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ । ମାର୍କସ୍‌ ଷ୍ଟୋଇନିସଙ୍କ ଅପରାଜିତ ୧୨୪ ରନ୍‌ ବଳରେ ୩ ବଲ୍‌ ବାକି ଥାଇ ବିଜୟ ହାସଲ କରିଛି ଲକ୍ଷ୍ନୌ । ଜିତିବା ମ୍ୟାଚ୍‌ରେ ଚେନ୍ନାଇ ପରାଜୟ ଭୋଗିଛି । ଆଜିର ମ୍ୟାଚ୍‌ରେ ୨୧୧ ରନ୍‌ର ପିଛା କରି ଲକ୍ଷ୍ନୌ, କେଏଲ ରାହୁଲ (୧୬), ଦେବଦତ୍ତ ପାଡିକଲ (୧୩), ନିକୋଲାନ ପୁରନ (୩୪) ଓ ଷ୍ଟୋଇନିସଙ୍କ ଅପରାଜିତ ୧୨୪ ଏବଂ ଦୀପକ ହୁଡାଙ୍କ ଅପରାଜିତ ୧୭ ରନ୍‌ ବଳରେ ୧୯.୩ ଓଭରରେ ୨୧୩ ରନ୍‌ କରି ବିଜୟୀ ହୋଇଛି । ଏହା ସହ ଚେନ୍ନାଇକୁ ୬ ଓ୍ବିକେଟରେ ହରାଇଛି ଲକ୍ଷ୍ନୌ ।

ଆଜି ଟସ୍‌ ହାରି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଋତୁରାଜ ଗାଏକ୍ବାଡ ଅପରାଜିତ ୧୦୮ ରନ୍‌ ବଳରେ ୧୧୦ ରନ୍‌ ସଂଗ୍ରହ କରିଥିଲା । ଗାଏକ୍ବାଡ ୬୦ ବଲ୍‌ରୁ୧୨ ଚୌକା ଏବଂ ୩ଟି ଛକା ସହ ଶତକ କରିଥିଲେ । ସେହିଭଳି ଶିବମ ଦୁବେ ୬୬ ରନ୍‌ କରିଥିଲେ । ସେହିଭଳି ମାତ୍ର ଗୋଟିଏ ବଲ୍‌ ଖେଳିବାର ସୁଯୋଗ ପାଇଥିବା ଧୋନି  ଗୋଟିଏ ବଲ୍‌ରେ ଚୌକା ମାରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ସିଏସକେ ୨୧୦ ରନ୍‌ କରିଥିଲେ । ଏହା ସହ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌କୁ ୨୧୧ ରନ୍‌ର ଲକ୍ଷ୍ୟ ଦେଇଥିଲା ସିଏସକେ ।ଆଉ ଏହି ବିଜୟ ଲକ୍ଷ୍ୟକୁ ରୋମାଞ୍ଚକର ଭାବରେ ହାସଲ କରିନେଇଛି ଲକ୍ଷ୍ନୌ ।

 ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ଟିମ୍‌ ମାତ୍ର ୪ ରନ୍‌ରେ ପ୍ରଥମ ଓ୍ବିକେଟ (ଅଜିଙ୍କ୍ୟ ରାହାଣେ) ହରାଇଥିଲା । ଦଳୀୟ ସ୍କୋର ୪୯ ରନ୍‌ ବେଳକୁ ଦଳକୁ ଦ୍ବିତୀୟ ଝଟକା ଲାଗିଥିଲା ।ଡାରିଲ ମିଚେଲ ୧୧ ରନ୍‌ କରି ୟଶ ଠାକୁରଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ ।ପରେ ପରେ ରବୀନ୍ଦ୍ର ଜାଡେଜା ୧୬ ରନ୍‌ କରି ଆଉଟ ହୋଇଥିଲେ ।  ଜାଡେଜାଙ୍କ ପରେ କ୍ରିଜ୍‌କୁ ଆସିଥିବା ଶିବମ ଦୁବେ ଏବଂ ଋତୁରାଜଙ୍କ ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଶିବମ ଦୁବେ ୬୬ ରନ୍‌ କରି ଆଉଟ୍‌ ହୋଇଥିଲେ ।ସେପଟେ ଲକ୍ଷ୍ନୌ ଟିମ୍‌ର ମ୍ୟାଟ ହେନରି, ମୋହସିନ ଖାନ, ୟଶ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.