ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡାକ୍ତର ଅପହରଣ ନାଟକର ପର୍ଦ୍ଦାଫାଶ କଲା ପୁଲିସ : ଅପହରଣ ନୁହେଁ, ସ୍ୱଇଛାରେ ଯାଇଥିଲେ କର୍ଣ୍ଣାଟକ

ମାଲକାନଗିରି,୮/୬ :  ଦୀର୍ଘ ଦିନର କଳ୍ପନା ଜଳ୍ପନା ପରେ ଡାକ୍ତର ଅପହରଣ ନାଟକର ଜବନିକା ଘଟିଛି। ଏହାର ପର୍ଦ୍ଦା ଫାସ କରିଛି ପୁଲିସ। ଡାକ୍ତର ଙ୍କୁ କର୍ଣ୍ଣାଟକ ରୁ ଠାବ କରିବା ପରେ ଗତ କାଲି ମାଲକାନଗିରି କୁ ଆଣିଛି ପୁଲିସ । ଏସପି ନୀତେଶ ୱାଧ୍ୱନି, ଏସ୍ଡ଼ିପିଓ ସଚିନ ପଟେଲ ଓ ଅନ୍ୟାନ ପୁଲିସ ଅଧିକାରୀ ଓ ଡାକ୍ତର ପରିବାର ଲୋକ ଙ୍କ ଉପସ୍ଥିତି ରେ ଡାକ୍ତରଙ୍କୁ ଜେରା କରିବାରୁ ଜଣା ପଡିଛି ଯେ  ଡାକ୍ତରଙ୍କୁ ମାଓବାଦୀ କିମ୍ବା କେହି ଦୁର୍ବୁତ୍ତ ଅପହରଣ କରିନଥିଲେ,ସେ ନିଜ ସ୍ୱ ଇଛାରେ ବ୍ୟକ୍ତିଗତ କାର୍ଯ୍ୟ ରେ କାଲିମେଳା ହସ୍ପିଟାଲ ନିଜ ବସା ଗୃହରୁ ବାହାରକୁ ଯାଇଥିବାର ଡାକ୍ତର କହିଛନ୍ତି। 

ଗତ ୧ତାରିଖ  ରାତିରେ ବସାଘରୁ କାଲିମେଳା ଗୋଷ୍ଠୀ କେନ୍ଦ୍ରର ଡାକ୍ତର ଅମ୍ଲାନ କୁମାର ଭୋଇ ନିଖୋଜ ଥିବା ସମ୍ପର୍କ ରେ ଅନ୍ୟ ଡାକ୍ତର କାଲିମେଳା ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରିବାରୁ ଡାକ୍ତରଙ୍କ ବସାଘରେ ମାଓବାଦୀ ଲେଖା ଥିବା ଏକ ହାତ ଲେଖା ପୋଷ୍ଟର ପଡ଼ିଥିବା ଦେଖି କାଳେ ମାଓବାଦୀଙ୍କ ହାତ ଥିବା ସନ୍ଦେହରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନ ରେ ଖାନ ତଲାସି ଆରମ୍ଭ ହୋଇଯାଇ ଥିଲା ।

  ପୁଲିସର ଅନୁସନନ୍ଧାନରୁ ଜଣା ପଡ଼ିଥିଲା ଡାକ୍ତର ଅମ୍ଲାନ  କର୍ଣ୍ଣାଟକର ରାମାନାଗରା ଜିଲ୍ଲା ହରହୋଲ୍ଲୀ ପୋଲିସ ଷ୍ଟେସନ ଅଧୀନରେ ଥିବା ହରୋହଲି  ବସଷ୍ଟାଣ୍ଡ ନିକଟରେ ଅଛନ୍ତି। ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ହରୋହଲ୍ଲୀ ଥାନା ଓ   ଏସପିଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇଥିଲା । ନିଖୋଜ ଡାକ୍ତରଙ୍କୁ ସେମାନଙ୍କ ସୁରକ୍ଷିତ ହେପାଜତକୁ ନିଆଯାଇଥିଲା । ପରେ କାଲିମେଳା ଥାନା ଏସଆଇ ଏସ ଡି ସୁନାନୀଙ୍କ ନେତୃତ୍ୱରେ ମାଲକାନଗିରି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କର୍ଣ୍ଣାଟକରୁ ଡାକ୍ତରଙ୍କୁ ମାଲକାନଗିରିକୁ ଫେରାଇ ଆଣିଥିଲେ। ପରିବାର ଲୋକଙ୍କ ଉପସ୍ଥିତି ରେ ଡାକ୍ତର ଙ୍କୁ ଜେରା କରାଯାଇଥିଲା,ଜେରା ବେଳେ ଡାକ୍ତର କହିଥିଲେ ତାଙ୍କୁ କେହି ଅପହରଣ କରିନଥିଲେ, ସେ ନିଜ ଇଛାରେ ବ୍ୟକ୍ତିଗତ କାମରେ କାଲିମେଳାରୁ ବାହାରକୁ ଯାଇଥିଲେ।  ଡାକ୍ତର ଅମ୍ଲାନ କୁମାର ଭୋଇ ଙ୍କୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ତାଙ୍କ ପରିବାରଙ୍କ ହାତରେ ଜିମା ଦିଆଯାଇଛି ବୋଲି ମାଲକାନଗିରି ଏସପି ନୀତେଶ ୱାଧ୍ଵନି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.