ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ପେଶାର ଜଣେ ଚାଷୀ; ୪ର୍ଥ ଶ୍ରେଣୀ ପାସ୍, ୪୦ ବର୍ଷ ଧରି ମାଟି ଖୋଳି ଅଣ୍ଡରଗ୍ରାଉଣ୍ଡରେ ନିର୍ମାଣ କରଥିଲେ ୫୦ କୋଠରୀ

ନୂଆଦିଲ୍ଲୀ ,୧୦।୯: ଜଣେ ଚାଷୀ ପାଇଁ ମାତ୍ର, କେଇ ଏକର ଜମି କିଣିବା ସ୍ୱପ୍ନ । କିନ୍ତୁ, ଏ ଜଣେ ଏଭଳି ଚାଷୀ ୭୦ ଏକର ଜମି କିଣି ହୋଇଥିଲେ ଠକାମିର ଶିକାର । ଉର୍ବର ବଦଳରେ ଦଲାଲ ପଥୁରିଆ ଜମି ଦେଇ ଠକି ଦେଇଥିଲା । ଠକେଇର ଶିକାର ହେବା ପରେ ହାର୍ ମାନିନଥିଲେ କାଲିଫର୍ଣ୍ଣିଆ ନିବାସୀ ବାଲ୍‌ଡାସାରେ ଫରେଷ୍ଟିୟର୍ । ସେହି ପଥୁରିଆ ଭୂଇଁକୁ ୪୦ ବର୍ଷ ଖୋଳି ନିର୍ମାଣ କରିଥିଲେ ଗୁମ୍ଫା ମହଲ ।

୧୯୦୫ରେ ସିସିସଲି ଦ୍ୱୀପରୁ କାଲିଫର୍ଣ୍ଣିଆର ସହର ଫ୍ରେଶନୋ ଆସିଥିଲେ ବାଲ୍‌ଡାସାରେ । ଏଠାରେ କିଣିଥିଲେ ୭୦ ଏକର ଜମି । ଉର୍ବର ମାଟି ପାଇବା ଆଶାରେ ଫାଉଡ଼ା ଓ କୋଦାଳରେ ୨୦ ଫୁଟ୍ ତଳ ପର୍ଯ୍ୟନ୍ତ ଖୋଳିଲେ । ଖୋଳିବା ସମୟରେ ସେ ଭୂମି ତଳେ ରହିବାର ମଜାକୁ ଅନୁଭବ କଲେ । ଭୂମି ତଳେ ଖଟା ଫଳ ଚାଷ କରିବା ପାଇଁ ଉପାୟ ଚିନ୍ତା କଲେ । ଲଗାତାର ୪୦ ବର୍ଷ ଧରି ମାଟି ଖୋଳା କାର୍ଯ୍ୟ ଜାରି ରଖିଲେ । ଏହାପରେ ଭୂମିତଳେ ଚାଷବାସ କରିବା ପାଇଁ ୧୦ ଏକରରେ କୋଠରୀ, ସୁଡ଼ଙ୍ଗ, ଅଗଣା ଏବଂ ନିଜ ପାଇଁ ଘର ତିଆରି କଲେ । ନିଜେ ଅଣ୍ଡରଗ୍ରାଉଣ୍ଡ ରହିବା ପାଇଁ ଘରର ବନ୍ଦୋବସ୍ତ କଲେ । ଏକ କାଠ ଚୁଲି ସହ ରୋଷେଇ ଘର, ଶୀତଦିନ ଓ ଗରମ ଦିନ ପାଇଁ ଭିନ୍ନ ଭିନ୍ନ ଶୟନ କକ୍ଷ, ଆଲୋକ ପାଇଁ ସୁନ୍ଦର ଝୁମର୍, ଅଣ୍ଡରଗ୍ରାଉଣ୍ଡ୍ ପୋଖରୀ, ଡାଇନିଙ୍ଗ୍ ହଲ୍ ମଧ୍ୟ ନିର୍ମାଣ କଲେ । ଏସବୁକୁ କଂକ୍ରିଟ୍ ଓ ଇଟାରେ ତିଆରି କରିଥିଲେ ସେ ।

ସବୁଠୁ ବଡ଼ କଥା ହେଉଛି ବାଲଡାସାରେ ମାତ୍ର, ୪ର୍ଥ ଶ୍ରେଣୀ ପାସ୍ । ନିଜସ୍ୱ ଉଦ୍ୟମରେ ୧୯୨୦ ମସିହା ପର୍ଯ୍ୟନ୍ତ ୫୦ଟି ଅଣ୍ଡରଗ୍ରାଉଣ୍ଡ କୋଠରୀ ନିର୍ମାଣ କରିବାରେ ସେ ସଫଳ ହୋଇଥିଲେ । ଅଣ୍ଡରଗ୍ରାଉଣ୍ଡରେ ଫଳଚାଷ କରି ଏତେ ଅର୍ଥ ରୋଜଗାର କରିଥିଲେ ଯେ, ତାଙ୍କୁ ଚାକିରିର ଆବଶ୍ୟକତା ନଥିଲା । ଭବିଷ୍ୟତରେ ପର୍ଯ୍ୟଟକଙ୍କ ପାଇଁ ଅଣ୍ଡରଗ୍ରାଉଣ୍ଡ୍ ରିସର୍ଟ ନିର୍ମାଣ କରିବେ ବୋଲି ମଧ୍ୟ ଯୋଜନା ରଖିଥିଲେ । କିନ୍ତୁ, ଏହା ପୂରଣ ହେବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା । ପରବର୍ତ୍ତୀ ସମୟରେ ଏହି ସମ୍ପତ୍ତିକୁ ବାଲଡାସାରେଙ୍କ ଭାଇମାନେ କବ୍‌ଜା କରିନେଲେ । ବର୍ତ୍ତମାନ ଏହି ଗୁମ୍ଫା ମହଲ ଲୋକଙ୍କ ପାଇଁ ଏକ ପରିଦର୍ଶନ ସ୍ଥାନରେ ପରିଣତ ହୋଇଛି । 

forestiere underground gardens
california

Copyright © 2022 - Summa Real Media Private Limited. All Rights Reserved.