ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଚନ୍ଦ୍ରଯାନ-୩ ପରେ ଏବେ ମଙ୍ଗଳଯାନ-୨ର ପାଳି , ଇସ୍ରୋ କରିବାକୁ ଯାଉଛି ନୂଆ କାରନାମା

ହାଇଦ୍ରାବାଦ – ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଖୁବ୍‌ ଶୀଘ୍ର ନୂଆ ଐତିହାସିକ ସଫଳତା ରଚିବାକୁ ଯାଉଛି। ଏବେ ମଙ୍ଗଳ ଗ୍ରହରେ ରୋଭର ଓ ହେଲିକପ୍ଟରକୁ ଅବତରଣ କରିବାର ଟାର୍ଗେଟ୍‌ ରହିଛି। ଏହି ପ୍ରୟାସରେ ଏବେସୁଦ୍ଧା କେବଳ ଆମେରିକା ଓ ଚୀନ୍‌କୁ ହିଁ ସଫଳତା ମିଳିଛି। ଏହି କ୍ରମରେ ମହାକାଶ ଦୁନିଆରେ ଏକ ବଡ଼ ଖେଳାଳି ଭାବେ ଭାରତ ନିଜର ପରିଚୟ ସୃଷ୍ଟି କରିବ। 

ଇସ୍ରୋର ଏହି ନୂଆ ପ୍ରୋଜେକ୍ଟର ନାଁ ମଙ୍ଗଳଯାନ-୨ ରଖା ଯାଇଛି। ନ୍ୟାସନାଲ ଟେକ୍ନୋଲଜି ଡେ’ରେ ସ୍ପେସ୍ ଆପ୍ଲିକେସନ ସେଣ୍ଟରରେ ଏହି ବିଷୟରେ ବିସ୍ତୃତ ଭାବେ ସୂଚନା ଦିଆ ଯାଇଛି। ଏହା ନିଜର ଏକ ଅଦ୍ଭୂତପୂର୍ବ ମିଶନ, ଯାହାକୁ ଇସ୍ରୋ ପକ୍ଷରୁ ଡେଭଲପ୍‌ କରାଯାଇ ଥିବା ସବୁଠୁ ଓଜନିଆ ରକେଟ୍‌-ଲଞ୍ଚ ଭାଇକଲ ମାର୍କ-୧୧୧ (ଏଲଭିଏମ-୩)ର ବ୍ୟବହାର କରି ପୃଥିବୀ ପୃଷ୍ଠରୁ ଲଞ୍ଚ କରାଯିବ।

ରିପୋର୍ଟ ମୁତାବିକ , ଏୟାରବ୍ୟାଗ୍‌ ଓ ରାମ୍ପ ଭଳି ପାରମ୍ପରିକ ଉପାୟକୁ ଅଲବିଦା କହିବାର ଏହା ସମୟ। ଇସ୍ରୋ ରୋଭର ଆଡଭାନ୍ସଡ୍ ସ୍କାଇ କ୍ରେନ୍‌ ମାଧ୍ୟମରେ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିବାକୁ ପ୍ରସ୍ତୁତ। ଏହାକୁ ନାସାର ରୋଭର ଲ୍ୟାଣ୍ଡିଂରୁ ପ୍ରେରଣ ନେଇ ତିଆରି କରାଯାଇଛି। ଏହି ସିଷ୍ଟମ ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତି ଭିତରେ ମଧ୍ୟ ସୁରକ୍ଷିତ ଓ ସଠିକ୍‌ ଲ୍ୟାଣ୍ଡିଂର ସୁନିଶ୍ଚିତ କରିଥାଏ। ଏହା ବ୍ୟତୀତ , ଇସ୍ରୋ ସୁପରସୋନିକ ପାରାସୁଟ୍‌ ଡେଭଲପ୍‌ କରୁଛି, ଯାହା ଏହି ବଡ଼ ମିଶନର ସଫଳତା ପାଇଁ ଜରୁରୀ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.