ମାଲକାନଗିରି, ୮।୮ : ଓଡିଶା ରାଜ୍ୟର ଶେଷସୀମା ମୋଟୁ ତହସିଲ ଅନ୍ତର୍ଗତ ମୁଗିପଏଣ୍ଟ ସାବେରୀ, ସିଲେରୁ ଓ ଟିନାଗୋଦାବରୀ ତ୍ରୀନଦୀ ସଙ୍ଗମ ସ୍ଥଳ ଠାରେ ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା କରା ଯାଇଛି ସୀମାନ୍ତ ପିଲର ପ୍ରତୀକ। ସେଠାରେ ମନୋରଜଂନ ପାଇଁ ନିର୍ମାଣ କରାଯାଇଥିଲା ମଧୁସୁଦନ ପାର୍କ । ଏହା ଓଡିଶା ର ସୀମାନ୍ତ ପ୍ରତିକ ସହିତ ଆନ୍ଧ୍ରପ୍ରଦେଶ,ଛତିଶଗଡ,ତେଲାଙ୍ଗାନା ୪ଟି ରାଜ୍ୟ ସୀମାନ୍ତ ଭାବେ ପରିଚିତ । ଓଡିଶା ଶେଷ ସୀମା ପ୍ରତିକ ମୋଟୁ ମୁଗିପଏଣ୍ଟ ପ୍ରତି ରାଜ୍ୟସରକାରଙ୍କ ନିଘା ନଥିବାରୁ ପୂର୍ବରୁ ଥିବା ସ୍ତମ୍ଭ ଓ ମହାପରୁଷଙ୍କ ପ୍ରତିମୁର୍ତ୍ତି ନଦୀଜଳରେ ଲୀନ ହେବାକୁ ବସିଲାଣି ।
ମୋଟୁ ମୁଗିପଏଣ୍ଟ ଠାରେ ଥିବା ମଧୂସୁଦନ ପାର୍କରେ ଉତ୍କଳ ଗୌରବ ମଧୂବାବୁ, ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣନାୟକ, ଉତ୍କଳମଣୀ ଗୋପବନ୍ଧୁ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରାଯିବା ସହ ସେଠାରେ ୪ଟି ରାଜ୍ୟର ସୀମା ନିର୍ଦ୍ଧାରଣ କରାଯାଇ ଏକ ପିଲର ପୋତା ଯାଇଛି । ଏହି ୪ଟି ରାଜ୍ୟର ସୀମାନ୍ତ ଓ ମଧୂସୁଦନ ପାର୍କ ପ୍ରତି ଓଡିଶା ସରକାର ଗୁରୁତ୍ବ ଦେଉନଥିବାରୁ ପାର୍କଟି ର ଚାରିପାଖ ମାଟି ଅତଡା ଖସି ନଦୀଜଳରେ ଲିନ ହୋଇଗଲାଣି । ଅଳ୍ପବନ୍ୟା ହେଲେ ମୁଗିପଏଣ୍ଟ ମଧୁସୁଦନ ପାର୍କଟି ବୁଡିଯାଉଛି। ଆନ୍ଧ୍ରସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣ ଦ୍ବାରା ଗୋଦାବରୀ ନଦୀର ପଛୁଆ ଜଳ ସାବେରୀ, ସିଲେରୁ ନଦୀରେ ଆସି ମୋଟୁଅଚଂଳ ରେ ବାରମ୍ବାର ବନ୍ୟାପରିସ୍ଥିତି ସୃଷ୍ଟିହେଉଛି । ସୀମାନ୍ତ ପ୍ରତିକ ଥିବା ମୁଗି ପଏଣ୍ଟ ମଧୁସୁଦନପାର୍କ କୁ ଲାଗିରହିଥିବା ସାବେରୀ ଓ ସିଲେରୁ ନଦୀରେ ଜିଲ୍ଲାପ୍ରଶାସନ ପକ୍ଷରୁ ପଥର ଆଡିବନ୍ଧ କିମ୍ବା ପାଚେରୀ ନିର୍ମାଣ କରା ନ ଯିବାଫଳରେ ଗତ ମାସ ବନ୍ୟାରେ ମାଟିଅତଡା ଖସି ସୀମାନ୍ତ ପିଲର ଓ ମଧୁସୁଦନ ପାର୍କଟି ନଷ୍ଟହୋଇ ଯାଇଛି । ପାର୍କ ଚେୟାର ଗୁଡିକ ନଦୀ ଅତଡାରେ ଧସି ଯାଇଛି । ପାର୍କ ଚାରି ପାଖରେ ମଜଭୁତ ପଥର ଆଡିବନ୍ଧ ନିର୍ମାଣ କରା ନ ଯାଇ କେବଳ ପିଲର ଓ ମହାପୁରୁଷଙ୍କ ପ୍ରତି ମୁର୍ତିଗୁଡିକୁ ମୁଳ ସୀମାନ୍ତ ପୂର୍ବ ସ୍ଥାନରୁ ପ୍ରାୟ ୧୦୦ ମିଟର ପଛକୁ ସ୍ଥାନାନ୍ତରିତ କରିଦିଆଯାଇଛି ।
ଏହା ଓଡିଶା ରାଜ୍ୟର ଶେଷସୀମା ହୋଇଥିବାରୁ ରାଜ୍ୟସରକାରଙ୍କ ପକ୍ଷରୁ ସୀମାପ୍ରତିକ ଭାବେ ଗତ ୧୯୯୧ ମସିହାରେ ତତକାଳିନ ରାଜ୍ୟପାଳ ଯଜ୍ଞଦତ ଶର୍ମାଙ୍କ ଦ୍ୱାରା ଉତ୍କଳଗୌରବ ମଧୂବାବୁଙ୍କ ଏକ ପ୍ରତିମୂର୍ତି ସହିତ ମଧୂସୁଦନପାର୍କ କୁ ଉଦଘାଟିତ ହୋଇ ଥିଲା । ପରବର୍ତି ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ, ଉତ୍କଳମଣୀ ଗୋପବନ୍ଧୁ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତି ମୂର୍ତୀ ମଧୂବାବୁଙ୍କ ପ୍ରତି ମୂର୍ତି ନିକଟରେ ସ୍ଥାପନ କରାଯାଇଥିଲା । ଏବେ ସେହି ପାର୍କ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିଅନ୍ତରାଳରେ ରହିଥିବାରୁ ତାହା ଅବହେଳିତ ହୋଇ ରହିଛି। ଓଡିଶା ସୀମାନ୍ତ ମୋଟୁ ମୁଗିପଏଣ୍ଟ ମଧୂସୁଦନପାର୍କ ଟି ଧିରେ ଧିରେ ନଦୀପାଣିରେ କୂଳ ଖାଇ ମାଟି ଅବଡାଖସିବାକୁ ଲାଗିଲାଣି, ଆଉ କିଛିଦିନ ପରେ ଏହି ପାର୍କସ୍ଥଳଟି ସାବେରୀ ଓ ସିଲେରୁ ନଦୀରେ ଲିନହୋଇ ନ ଯିବ ଏଥିରେ ତିଳେବି ସନ୍ଦେହ ନାହିଁ । ପାର୍କ ନିକଟକୁ ଭଲ ପକା ରାସ୍ତା ଟିଏ ନଥିବାରୁ ପର୍ଯ୍ୟଟକ ମାନେ ଏଠାକୁ ଆସିବାକୁ ଇଚ୍ଛାପ୍ରକାଶ କରୁନାହାଁନ୍ତି। ତୁରନ୍ତ ଏଥିପ୍ରତି ଗୁରୁତ୍ବ ଦେଇ ମଧୂସୁଦନପାର୍କ କୁ ପୁନ୍ନରଉଦ୍ଧାର କରି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଯତ୍ନନେବାପାଇଁ ମୋଟୁ ଅଚଂଳବାସୀ ଓ ମାଲକାନଗିରି ଜିଲାର ବୃଦ୍ଧିଜୀବୀ ଶିକ୍ଷାବିତ ମାନେ ରାଜ୍ୟସରକାର ଓ ଜିଲାପ୍ରଶାସନ ନିକଟରେ ଦାବିଜଣାଇଛନ୍ତି ।