ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ବନସ୍ତେ ଡାକିଲା ଗଜ...ବରଷକେ ଥରେ ଆସିଛି ରଜ...ପହିଲି ରଜରେ ଗୀତ ଗାଇ ଝିଅମାନେ ଦୋଳି ଖେଳିବେ

ଭୁବନେଶ୍ୱର ୧୪/୦୬: ବନସ୍ତେ ଡାକିଲା ଗଜ...ବରଷକେ ଥରେ ଆସିଛି ରଜ....  ଆସିଛି ରଜ ଲୋ ଘେନି ନୂଆ ସଜବାଜ.....ଆଜି ପହିଲି ରଜରେ ଏମିତି ଗୀତ ଗାଇ ଝିଅମାନେ ଦୋଳି ଖେଳିବେ । ପାନ ଖିଲ ପାଟିରେ ମାରି, ମୁରୁକି ହସା ଦେଇ ରଜ ପର୍ବର  ମଜା ନେବେ। ଶୁକ୍ରବାର ରଜ ପର୍ବର ପ୍ରଥମ ଦିନ । ଉତ୍ସବମୁଖର ଗାଁଠୁ ସହର, ପିଠାପଣା, ନାଚ ଗୀତ ସାଙ୍ଗକୁ ଦୋଳି ଖେଳରେ ସମସ୍ତେ ମସଗୁଲ।

ସକାଳୁ  ସକାଳୁ ଝିଅମାନେ ସଜବାଜ ହୋଇ ପିଠା, ମିଠା ଖାଇ ସହର ସାରା ବୁଲିବାକୁ ବାହାରି ଯିବେ । ପାଦରେ ଅଳତାକୁ ହାତରେ ମେହେନ୍ଦି ଲଗାଇ ୩ ଦିନ ସଜେଇ ହେବେ । ଭୁବନେଶ୍ୱରରେ  ଏହି ୩ଦିନିଆ ରଜ ପର୍ବ ବଡ଼ ଧୁମ୍‌ଧାମ୍‌ରେ ପାଳନ  ହେବ । ଏଥିପାଇଁ ଚାରିଆଡ଼ ଉତ୍ସବମୁଖର ।  ସରକାରୀ, ବେସରକାରୀ ଅନୁଷ୍ଠାନ  ରଜ ପର୍ବକୁ ଅଧିକରୁ ଅଧିକ  ଆକର୍ଷଣୀୟ କରିବାକୁ ଲାଗି  ପଡ଼ିଛନ୍ତି । 

ଶୁକ୍ରବାର ହୋଇଥିବାରୁ ଆମିଷ  ମାଡ଼ ବି ହେବ । ସକାଳୁ  ରାତି ଯାଏ ପ୍ରସ୍ତୁତି  ସରିବା ସହ କିଏ କ’ଣ  ଖାଇବେ ୩ ଦିନର ମେନୁ ହୋଇସାରିଛି ।  କିଏ ଘରେ ଖାଇବେ ତ  ଆଉ କିଏ ରେସ୍ତୋରାଁ ଯିବେ ।  କେହି କେହି ଆଜି ସକାଳୁ ଦୂର  ସ୍ଥାନ ବୁଲି ଯିବା ପାଇଁ ମଧ୍ୟ ବାହାରି  ସାରିଥିବେ । ଭୁବନେଶ୍ୱରରେ ଥିବା ଛୋଟ  ବଡ଼ ମଲ୍‌ରେ ବି ପ୍ରବଳ ଗହଳି ଲାଗିବ । ସବୁ ମଲ୍‌ ବାହାରେ  ଦୋଳିର ବ୍ୟବସ୍ଥା ହୋଇଛି । ସପିଂ କରିବା ସହିତ ଖାଇବା  ପିଇବା ଏବଂ ସପରିବାର ନିରୋଳା ମୁହୂର୍ତ୍ତ ବିତାଇବା ଲାଗି  ସମସ୍ତେ ପ୍ରସ୍ତୁତ । କେହି କେହି ଗରମ କାରଣରୁ ଚଳଚ୍ଚିତ୍ର  ଦେଖି ଯିବା ଲାଗି ବି ଯୋଜନା କରିଛନ୍ତି । ଭୁବନେଶ୍ୱରର  ବହୁ ପଡ଼ିଆରେ ରଜ ଦୋଳି, ଖାଦ୍ୟ ଓ ପିଠା ଆସର ସାଙ୍ଗକୁ  ମୀନାବଜାରର ମଧ୍ୟ ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

ଉଲ୍ଲେଖ ଯୋଗ୍ୟ ଯେ, କୃଷିଭିତ୍ତିକ ପର୍ବ ରଜ । ଧରିତ୍ରୀ ଏବେ ରଜସ୍ୱଳା । ସେଥିପାଇଁ ରଜ ତିନି ଦିନ ଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ। ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ । ପହିଲି ରଜ, ରଜ ସଙ୍କ୍ରାନ୍ତି , ଶେଷ ରଜ- ତିନି ଦିନି ଧରି ପିଲାଠୁ ବୟସ୍କ ସମସ୍ତେ ରଜ ମସ୍ତି କରିଥାନ୍ତି ।


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.