ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପଣଙ୍କ ପିଲା ଆବଶ୍ୟକତା ଠାରୁ ଅଧିକ ଇମୋସନାଲ କି? ଆପଣାନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ – ପ୍ରତି ପିଲା ଅଲଗା ଅଲଗା ବ୍ୟକ୍ତିତ୍ୱର ସହ ଜନ୍ମ ନେଇଥାନ୍ତି। ଏଥିପାଇଁ ଏହାର ଲାଳନ ପାଳନର ଉପାୟ ମଧ୍ୟ ଏକାଭଳି ହେଉ, ଏହା ଜରୁରୀ ନୁହେଁ। ପିଲାର ଭଲ ଲାଳନପାଳନ ପାଇଁ ସର୍ବ ପ୍ରଥମେ ଏହା ଜରୁରୀ କି ଆପଣ ଏହାକୁ ଏହି ଭାବେ ସ୍ୱୀକାର କରନ୍ତୁ, ଯେମିତି କି ସେ ବାସ୍ତବରେ ଅଛି। ଏହା ଏଥିପାଇଁ କାରଣ ଲାଳନପାଳନ ବେଳେ ହେବାକୁ ଥିବା ଛୋଟ ଭୁଲ ମଧ୍ୟ ଆପଣଙ୍କ ପିଲାର ମନରେ ଗଭୀର ଆଘାତ ସୃଷ୍ଟି କରି ପାରେ। ଅନେକ ସମୟରେ କିଛି ପିଲା ସ୍ୱଭାବରେ ସମ୍ୱେଦନଶୀଳ ହୋଇଥାନ୍ତି ,ତ ସେଠାରେ କିଛି ଓଭର ଇମୋସନାଲ ହୋଇଥାନ୍ତି । ଯଦି ଆପଣଙ୍କୁ ବି ଲାଗେ କି ଆପଣଙ୍କର ପିଲା ଓଭର ଇମୋସନାଲ ତ ତାକୁ ଆୟତ୍ତ କରିବାକୁ ଆପଣାନ୍ତୁ ଏହି ଟିପ୍ସ। 

କିଛି ପ୍ୟାଟର୍ନକୁ ଧ୍ୟାନ ଦିଅନ୍ତୁ – ଯେଉଁ ପିଲା ଅଧିକ ଇମୋସନାଲ ହୋଇଥାନ୍ତି , ତାଙ୍କ ପାଇଁ କିଛି କଥା ବା କିଛି ପ୍ୟାଟର୍ନ ଟ୍ରିଗର୍ସର କାମ କରି ପାରେ। ଯଦି ପିଲା ଅଲଗା ବ୍ୟବହାର କରୁଛି ତ ତା ସହ କଥା କରି ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି , ସେ ଆପଣଙ୍କୁ କଣ କହିବାରେ ସହଜ ଅନୁଭବ କରୁଛି। ଏମିତି କରିବାରେ ଆପଣଙ୍କ ପିଲାର ଫିଲିଙ୍ଗସ୍‌କୁ ଭଲ ଭାବେ ବୁଝି ତାର ସମସ୍ୟାକୁ ଦୂର କରି ପାରିବେ। 

ଆଇ କନଟାକ୍ଟ ଜରୁରୀ – ଯଦି ଆପଣଙ୍କର ପିଲା ଅଧିକ ଇମୋସନାଲ ତ ଆପଣଙ୍କୁ ଏହି ଷ୍ଟେପ୍‌ କେବେ ବି ମିସ୍‌ କରିବାର ନୁହେଁ। ଏମିତି ପିଲାର ଭାବନା ଅନେକ ସମୟରେ ତାଙ୍କ ଆଖିରୁ ଝଲସି ଥାଏ। ଏଥିରେ ତାଙ୍କର ହୃଦୟର ଅବସ୍ଥା ଜାଣିବା ପାଇଁ ସର୍ବଦା ଯେବେ ବି ତାଙ୍କ ସହ କଥା ହେଉଛ, ଆଇ କନଟାକ୍ଟ ଜାରି ରଖ। ଏମିତି କଲେ ଆପଣ ତାକୁ ହ୍ୟାଣ୍ଡେଲ କରିବାରେ ସହଜ ହେବ।

ସମୟ ଦିଅନ୍ତୁ- ଯେଉଁ ପିଲା ଅଧିକ ଇମୋସନାଲ ହୋଇଥାନ୍ତି, ତାଙ୍କର ପ୍ୟାରେଣ୍ଟସଙ୍କୁ ତାଙ୍କ ସହ ଭଲ ସମୟ ନିଶ୍ଚୟ ବିତାଇବା ଉଚିତ୍‌। ଏମିତି କରିବାରେ ପିଲାର ଆତ୍ମବିଶ୍ୱାସ ବଢିଥାଏ। ପିଲା ସହ ଧୈର୍ଯ୍ୟ ପୂର୍ଣ୍ଣ ଭାବେ ଖେଳ ବା ତାର ବିଭିନ୍ନ ଆକ୍ଟିଭିଟିରେ ସାମିଲ ହୁଅ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.