ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଏଏ ଉପରେ ଲାଗିବ କି ରୋକ? ୨୩୦ ଆବେଦନ ଉପରେ ଏକାଥରକେ ଶୁଣାଣୀ କରିବେ ସୁପ୍ରିମକୋର୍ଟ

Image source:

ନୂଆଦିଲ୍ଲୀ,୧୯/୦୩: ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ରୋକ ଲଗାଇବା ପାଇଁ ୨୩୦ଟି ଆବେଦନ ଉପରେ ମଙ୍ଗଳବାର ଏକାସାଙ୍ଗରେ ଶୁଣାଣୀ କରିବେ ସୁପ୍ରିମକୋର୍ଟ। ନିକଟରେ କେନ୍ଦ୍ର ସରକାର ସିଏଏ ଲାଗୁ କରିଦେଇଥିଲେ। ଏହାପରେ ବିରୋଧି ଓ ଅନ୍ୟ ସଂଗଠନ ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୂଖ୍ୟ ଗ୍ରହଣ କରିଥିଲେ। ବିରୋଧୀଙ୍କ କହିବା କଥା ହେଲା ଏହି ଆଇନ ମୁସଲମାନ ମାନଙ୍କ ପାଇଁ ଭେଦଭାବପୂର୍ଣ୍ଣ ଅଟେ। ଏହା ବ୍ୟତିତ ଏହା ସମ୍ବିଧାନର ମୂଳ ସିଦ୍ଧାନ୍ତ ବିରୋଧରେ ଅଟେ। ସିଜେଆଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଜେବି ପାରଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଆଗରେ ଏହି ମାମଲା ଗୁଡ଼ିକର ଶୁଣାଣୀ ପାଇଁ ଅନୁରୋଧ କରାଯାଇଥିଲା।

ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ଥରେ ଯେତେବେଳେ ଶରଣାର୍ଥୀ ହିନ୍ଦୁଙ୍କୁ ନାଗରିକତା ମିଳିିଯିବ, ସେତେବେଳେ ଏହାକୁ ପ୍ରତ୍ୟରବର୍ତ୍ତନ କରାଯାଇପାରିବ ନାହିଁ। ଏଥିପାଇଁ ମାମଲାର ତ୍ବରିତ ଶୁଣାଣିର ଆବଶ୍ୟକତା ରହିଛି। କହିରଖୁଛୁ ଯେ, ନାଗରିକତା ସଂଶୋଧନ ବିଧେୟକ ୨୦୧୯ରେ ସଂସଦରେ ପାରିତ ହୋଇଥିଲା ଏବଂ ଆଇନରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ଏହି ଆଇନ ଆଧାରରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଫାଷ୍ଟଟ୍ରାକ୍‌ ମାଧ୍ୟମରେ ନାଗରିକତା ଦିଆଯିବ। ସରକାର ଏନେଇ ପୋର୍ଟାଲ ମଧ୍ୟ ଆରମ୍ଭ କରିସାରିଛନ୍ତି।  

ଏହି ଆଇନ ଅନୁସାରେ ଅଣମୁସଲମାନ ଅର୍ଥାତ୍‌ ହିନ୍ଦୁ, ଶିଖ୍, ଜୈନ, ବୈଦ୍ଧ, ପାରସି ଏବଂ ଇଶାଇଙ୍କୁ ନାଗରିତା ପ୍ରଦାନ କରିବାର ପ୍ରାବଧାନ ରହିଛି। ସିଏଏ ଲାଗୁ ହେବାର ଗୋଟିଏ ଦିନ ପରେ କେରଳର ଆଇୟୁଏମ୍ଏଲ୍‌ ସୁପ୍ରିମକୋର୍ଟ ପହଞ୍ଚିଥିଲେ। ଆବେଦନରେ କୁହାଯାଇଥିଲା ଯେ, ଏହି ଆଇନ ଉପରେ ରୋକ୍‌ ଲାଗିବା ଆବଶ୍ୟକ। ଏଥିରେ ମୁସଲମାନ ସମ୍ପଦାୟ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣନକରିବାକୁ ଦାବି କରାଯାଇଥିଲା। ଆଇୟୁଏମ୍‌ଏଲ୍‌ ବ୍ୟତିତ ଡିଓ୍ବାଇଏଫ୍‌ଆଇ, କଂଗ୍ରେସର ଦେବବ୍ରତ ସାଇକା, ଅବ୍ଦୁଲ ଖାଲିକ ଏବଂ ଅସଦୁଦ୍ଦିନ ଅଓ୍ବେଶୀ ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.