ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ମୃତ୍ୟୁ ଏମିତି ବି ଆସେ..ବାସନ ମାଜିବା ବେଳେ ମହିଳାଙ୍କ ଉପରେ ମାଡ଼ିବସିଲା ତେନ୍ତୁଳିଗଛ

କାଲିମେଳା/ମାଲକାନଗିରି,୧୧/୧୧: ମୃତ୍ୟୁ ଏମିତି ବି ଆସେ ।ବାସନ ମାଜିବା ବେଳେ ଉପରେ ପଡ଼ିଗଲା ତେନ୍ତୁଳିଗଛ। ଘଟଣାସ୍ଥଳରେ ପ୍ରାଣ ହରାଇଲେ ଜଣେ ମହିଳା । ବର୍ତ୍ତିଗଲେ ତାଙ୍କ ପରିବାର । ଏଭଳି ଦୁଃଖଦ ଘଟଣା ଘଟିଛି କାଲିମେଳା ଥାନା କାଙ୍ଗୁରୁକୋଣ୍ଡା ପଞ୍ଚାୟତ ସାଲମାରିକୋଣ୍ଡା ଗାଁରେ । ମୃତା ହେଲେ ନୀଳକଣ୍ଠ ପାତ୍ରଙ୍କ ସ୍ତ୍ରୀ ଗୌରୀ ପାତ୍ର(୪୫) । 

ଗୌରୀ ଶୁକ୍ରବାର ସକାଳେ ଘର ଆଗରେ ବାସନ ମାଜୁଥିଲେ । ହଠାତ୍‌  ନିକଟରେ ଥିବା ଏକ ତେନ୍ତୁଳିଗଛ ଉପୁଡ଼ି ପଡ଼ିଥିଲା । ଏହା ତାଙ୍କ ଟିଣଛପର  ଘର ଉପରେ ପଡ଼ିଥିଲା । ଛପର ଓ ଗଛ ଗୌରୀଙ୍କ ଉପରେ ପଡ଼ିଯାଇଥିଲା ।  ପରିବାରର ଅନ୍ୟ ସଦସ୍ୟମାନେ ବର୍ତ୍ତି ଯାଇଥିଲେ। ପରିବାର ଓ  ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି କାଲିମେଳା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାଲିମେଳା ଅଗ୍ନିଶମ  ବାହିନୀ ପହଞ୍ଚି ଗଛ କାଟି ସଫା କରିଥିଲେ। ଗୌରୀଙ୍କ ୩ ପୁଅ ଓ ଜଣେ  ଝିଅ ଅଛନ୍ତି । ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି ।

Copyright © 2022 - Summa Real Media Private Limited. All Rights Reserved.