ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

୮୦ ବର୍ଷ ପୂର୍ବେ ପାଠ ଛାଡିଥିଲେ ମହିଳା, ୧୦୫ ବର୍ଷ ବୟସରେ ହାସଲ କଲେ ମାଷ୍ଟର୍ସ ଡିଗ୍ରୀ

ନୂଆଦିଲ୍ଲୀ ୨୨/୦୬: ଜଣେ ମହିଳା ୧୦୫ ବର୍ଷ ବୟସରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି । ଆମେରିକାର ଭର୍ଜିନିଆ ହିସ୍‌ଲପ ଷ୍ଟାନ୍‌ଫୋର୍ଡ ସ୍କୁଲ ଅଫ୍‌ ଏଜୁକେସନ୍‌ରୁ ପଢ଼ା ଛାଡ଼ିବାର ୮୦ ବର୍ଷରୁ ଉଦ୍ଧ୍ୱର୍ ସମୟ ପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୧୯୪୦ ମସିହାରେ ସେ ଷ୍ଟାନ୍‌ଫୋର୍ଡ ସ୍କୁଲରେ ଅଧ୍ୟୟନ ଯାତ୍ରା ଆରମ୍ଭ କରିଥିଲେ । ଆବଶ୍ୟକ କ୍ଲାସ୍‌ ମଧ୍ୟ କରିଥିଲେ । କିନ୍ତୁ ଶେଷ ମାଷ୍ଟର ଥେସିସ୍‌ ଜମା କରିବା ପୂର୍ବରୁ ୨ୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଗଲା । ଫଳରେ ତାଙ୍କର ମାଷ୍ଟର୍ସ ଡିଗ୍ରୀ ହାସଲ କରିବାର ସ୍ୱପ୍ନ ଅଧୁରା ରହିଗଲା । ଭର୍ଜିନିଆଙ୍କ ତତ୍‌କାଳୀନ ପୁରୁଷବନ୍ଧୁ ଜର୍ଜ ହିସ୍‌ଲପ୍‌ଙ୍କୁ ଯୁଦ୍ଧରେ ସାମିଲ ହେବାକୁ ଡକରା ଆସିଲା । ସେଥିପାଇଁ ଭର୍ଜିନିଆଙ୍କୁ ସ୍କୁଲ ଛାଡ଼ି ତାଙ୍କୁ ବିବାହ କରିବାକୁ ପଡ଼ିଲା । 

ଏହା ପରେ ଯୁଦ୍ଧ ପ୍ରୟାସ ଓ ପରିବାର ପ୍ରତିପାଳନରେ ଭର୍ଜିନିଆ ବ୍ୟସ୍ତ ରହିଲେ । ୨ ସନ୍ତାନ, ୪ ନାତିନାତୁଣି ଓ ୩ ଅଣ ନାତିନାତୁଣିଙ୍କୁ ନେଇ ତାଙ୍କ ପରିବାର । ଦୀର୍ଘ ଦଶନ୍ଧି ଧରି ୱାଶିଂଟନ୍‌ରେ ସ୍କୁଲ ଓ କଲେଜ ବୋର୍ଡରେ ସେ କାର୍ଯ୍ୟ କରିଥିଲେ । ଇତିମଧ୍ୟରେ ଷ୍ଟାନ୍‌ଫୋର୍ଡ ସ୍କୁଲ ମଧ୍ୟ ଥେସିସ୍‌ର ଆବଶ୍ୟକତାକୁ ସମାପ୍ତ କରିଥିଲା । ଦୀର୍ଘ ୮୪ ବର୍ଷ ପରେ ଭର୍ଜିନିଆ ସ୍ନାତକୋତ୍ତର ହେବାକୁ ସ୍କୁଲକୁ ଫେରିଲେ । ଗତ ରବିବାର ସେ ମଞ୍ଚ ଉପରକୁ ଆସି ମାଷ୍ଟର ଅଫ୍‌ ଆର୍ଟସ ଇନ୍‌ ଏଜୁକେସନ୍‌ ପ୍ରମାଣପତ୍ର ଗ୍ରହଣ କରିଥିଲେ । ସ୍କୁଲର ଡିନ୍‌ ଡାନିଏଲ ସ୍କୱାର୍ଟଜଙ୍କଠୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଭର୍ଜିନିଆ କହିଲେ ‘ହେ ଭଗବାନ, ଏଥିପାଇଁ ମୁଁ ଦୀର୍ଘ ସମୟ ଅପେକ୍ଷା କରିଛି ।’ ଏହାକୁ ସେ ନିଜ ଜୀବନର ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.