ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ

ବଲାଙ୍ଗୀର,୨୩/୦୯: ବେଆଇନ ଶ୍ରମିକ ଚାଲାଣ ବେଳେ ୧୨ ଜଣ ଶ୍ରମିକ ଉଦ୍ଧାର । ଏଥିରେ ସମ୍ପୃକ୍ତ ଥିବା ୨ ଜଣ ଦଲାଲ ସାହାଜପାଣି ଗାଁର ପଦ୍ମନ ମେହେର ଓ କଟାପାଲି ଗାଁର ଗଦା ଝାକର ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଉଦ୍ଧାର ଶ୍ରମିକମାନେ କଟାପାଲି ଗାଁର ୬ଜଣ, ପାଚେର ଗାଁର ୪ ଜଣ ଏବଂ ପାଇକମାଲର ୨ ଜଣ ବୋଲି ଜଣାପଡ଼ିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହେଲା ଦାଦନ ଋତୁ । ପାଟଣାଗଡ଼ ବ୍ଲକରେ ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶର ବିଜୟବାଡାକୁ ବେଆଇନ ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ପାଇଥିଲା ଖପ୍ରାଖୋଲ ପୋଲିସ । ତେବେ ରବିବାର ରାତିରେ ଏହି ଚାଲାଣ ସମୟରେ ପୋଲିସ ଚଢାଉ କରିଥିଲା । ଏହି ସମୟରେ ଚାଲାଣ ହେଉଥିବା ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଏଥିରେ ସମ୍ପୃକ୍ତ ଥିବା ୨ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଉଦ୍ଧାର ଶ୍ରମିକ ମାନଙ୍କୁ ପୋଲିସ ନିଜନିଜ ଗାଁକୁ ପଠାଇ ଦେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.