ନୂଆଦିଲ୍ଲୀ,୨୬/୦୨ ମାର୍ଚ୍ଚରେ ଦେଶର ବିଭିନ୍ନ ପ୍ରାନ୍ତରେ ୧୪ ଦିନ ଛୁଟି ରହିବ ବ୍ୟାଙ୍କ । ୫ଟି ରବିବାର ବାଦ ଦ୍ୱିତୀୟ ଓ ଚତୁର୍ଥ ଶନିବାର ସହ ଭିନ୍ନ ଭିନ୍ନ ସ୍ଥାନରେ ୭ ଦିନ ବ୍ୟାଙ୍କ କାମ ହେବନି । ହୋଲି ପାଇଁ ମାର୍ଚ୍ଚ ୨୫ରେ ବ୍ୟାଙ୍କ ଛୁଟି ରହିବ । ସେହିଭଳି ୨୯ ମାର୍ଚ୍ଚରେ ଗୁଡ୍ ଫ୍ରାଇଡେ ଯୋଗୁ ବ୍ୟାଙ୍କ କାମ ହେବନି ।
ମାର୍ଚ୍ଚ ପହିଲାରେ ଚାପ୍ଚୁର କୁଟ୍ ପାଇଁ ମିଜୋରାମରେ ବ୍ୟାଙ୍କ ବନ୍ଦ ରହିବ । ୩ ମାର୍ଚ୍ଚ ରବିବାର, ୮ ମାର୍ଚ୍ଚ ମହାଶିବରାତ୍ରି, ୯ ମାର୍ଚ୍ଚ ଦ୍ୱିତୀୟ ଶନିବାର, ୧୦,୧୭, ୨୪ ଏବଂ ୩୧ ମାର୍ଚ୍ଚ ରବିବାର, ୨୨ ମାର୍ଚ୍ଚରେ ବିହାର ଦିବସ ପାଇଁ ବିହାରରେ ଛୁଟି, ୨୩ ମାର୍ଚ୍ଚରେ ଚତୁର୍ଥ ଶନିବାର, ୨୫ ମାର୍ଚ୍ଚ ଦୋଳ, ୨୬ରେ ବିହାର, ମଣିପୁର ଏବଂ ଓଡ଼ିଶାରେ ହୋଲି, ୨୭ ମାର୍ଚ୍ଚରେ ବିହାରରେ ହୋଲି ଏବଂ ୨୯ ମାର୍ଚ୍ଚରେ ଗୁଡ୍ ଫ୍ରାଇଡେ ଯୋଗୁ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଛୁଟି ରହିଲେ ମଧ୍ୟ ଏଟିଏମ୍ ଏବଂ ଅନ୍ଲାଇନରେ ଗ୍ରାହକ ନେଣଦେଣ କରିପାରିବେ । ସେହିଭଳି ମାର୍ଚ୍ଚରେ ଶେୟାର ବଜାର ୯ ଦିନ ବନ୍ଦ ରହିବ।