ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଣ୍ଟେନର ବୋଝେଇ ଗାଡ଼ିରୁ ୧୮ ଗୋରୁ ଜବତ, ୫ ଜଣ ଅଟକ

ଖୋର୍ଦ୍ଧା, ୨୮।୧: ଆଦର୍ଶ ଥାନା ପୁଲିସ ରବିବାର ସକାଳୁ ଏକ କଣ୍ଟେନର ବୋଝେଇ ଗୋରୁ ଚାଲାଣ ଗାଡ଼ି ଜବତ କରିଛି । ସେହିପରି ଶିଳ୍ପାଞ୍ଚଳ ପୁଲିସ ଏକ ଗୋ-ମାଂସ ଚାଲାଣ ହେଉଥିବା ଏକ ଟ୍ରକ୍ ଜବତ କରିଥିବା ଜଣାପଡ଼ିଛି । ରବିବାର ଭୋରୁ ପାୟ ୧୮ ଗୋରୁ ନେଇ ଏକ କଣ୍ଟେନର ଗାଡ଼ି କଲିକତାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା ।

ଠିକ୍ ଏହି ସମୟରେ ଗୋ ସୁରକ୍ଷା କର୍ମୀମାନେ ତାକୁ ୧୬ ନମ୍ୱର ଜାତୀୟ ରାଜପଥ ବରୁଣେଇ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରୁ ଧରି ପୁଲିସ ଜିମା ଦେବା ଜଣାପଡ଼ିଛି । ସେହିପରି ଶିଳ୍ପାଞ୍ଚଳ ପୁଲିସ୍ ହାଇଦ୍ରାବାଦଠାରୁ କଲିକତାକୁ ଯାଉଥିବା ଟ୍ରକ୍ ଜବତ ହୋଇଥିବା ଜଣାପଡ଼ିଛି । ଏ ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.