ଲକ୍ଷ୍ନୌ, ୧୬/୧୧: ୧୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଅଗ୍ନିକାଣ୍ଡ । ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ ପରେ ଆଉ ଏକ ଟ୍ରେନରେ ନିଆଁ ଲାଗିଛି । ଉତ୍ତରପ୍ରଦେଶର ଇଟ୍ଟାୱା ଷ୍ଟେସନ ନିକଟରେ ଦିଲ୍ଲୀ-ସହର୍ସା ବୈଶାଳୀ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହୋଇଛି । ଗୋଟିଏ କୋଚରେ ନିଆଁ ଲାଗିଥିବା ବେଳେ ଏଥିରେ ୧୯ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ବୈଶାଳୀ ଏକ୍ସପ୍ରେସ୍ ଦିଲ୍ଲୀରୁ ବିହାରର ସହର୍ସା ଅଭିମୁଖେ ଯାଉଥିଲା । ରାତି ପ୍ରାୟ ୨ଟା ୩୦ରେ ଏକ୍ସପ୍ରେସର ପ୍ୟାଣ୍ଟ୍ରି କାର୍ ନିକଟରେ ଥିବା ଏସ୍-୬ କୋଚରେ ନିଆଁ ଲାଗି ଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିବା ରେଲୱେ ପକ୍ଷରୁ କୁହାଯାଇଛି । ଅଗ୍ନିକାଣ୍ଡର ତଦନ୍ତି ନିର୍ଦ୍ଦେଶ ଦିଆଯାଇଛି ।
ନୂଆଦିଲ୍ଲୀ- ଦରଭଙ୍ଗା ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀର ନିଆଁ ଲିଭା ଜାରି
ନିଆଁ ଲାଗିବା ପରେ ଧୂଆଁରେ ଅଣନିଶ୍ୱାସୀ ହୋଇ ପଡ଼ିଥିବା ୧୧ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୮ ଜଣଙ୍କ ଚିକିତ୍ସା ଜିଲ୍ଲା ହସ୍ପିଟାଲରେ ଚାଲିଛି । ଇଟାୱାରେ ୧୨ ଘଣ୍ଟା ମଧ୍ୟରେ ଟ୍ରେନରେ ଏହା ହେଉଛି ଦ୍ୱିତୀୟ ଅଗ୍ନିକାଣ୍ଡ । ବୁଧବାର ଦିଲ୍ଲୀରୁ ଦରଭଙ୍ଗା ଆସୁଥିବା ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇଥିଲେ ।
ପ୍ରାଥମିକ ପର୍ଯ୍ୟାୟରେ କୁହା ଯାଇଥିଲା ସର୍ଟ ସର୍କିଟରୁ ନିଆଁ ଲାଗିଛି । ନିଆଁ ଲାଗିବା କ୍ଷଣି ଏକାଧିକ ଯାତ୍ରୀ ଜୀବନ ବଞ୍ଚାଇବାକୁ ଟ୍ରେନରୁ ଡେଇଁ ପଡ଼ିଥିଲେ । ଅଗ୍ନିକାଣ୍ଡ ବେଳେ ଟ୍ରେନରେ କ୍ଷମତା ଠାରୁ ଅଧିକ ଯାତ୍ରୀ ରହିଥିଲେ ।
ପାରାଦୀପରୁ ୩୮୦ କିମି ଦୂରରେ ଗଭୀର ଅବପାତ, ବାତ୍ୟା ରୂପରେ କରିପାରେ ଉପକୂଳ ଅତିକ୍ରମ