ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଶ୍ନପତ୍ରରେ ହୋଇଛି ୧୯ ମାର୍କର ଚଏସ୍ ଡେଫିସିଟ୍ ସମସ୍ୟା, ଉତ୍ତର ଲେଖିଥିବା ପିଲାଙ୍କୁ ମିଳିବ ଗ୍ରେସ୍ ମାର୍କ

ଭୁବନେଶ୍ୱର, ୨୭/୦୨: ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ପରୀକ୍ଷା ନିୟନ୍ତ୍ରକ କହିଲେ, ପ୍ରଶ୍ନପତ୍ରରେ ଆଉଟ୍ ଅଫ୍ ସିଲାବସ୍ ନୁହେଁ ବରଂ ଚଏସ୍ ଡେଫିସିଟ୍ ସମସ୍ୟା ଥିଲା । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି କିନ୍ତୁ ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ।

ସିଏଚଏସଇ ଅନୁଯାୟୀ, ପ୍ରଶ୍ନପତ୍ରରେ ୧୯ ମାର୍କର ଚଏସ୍ ଡେଫିସିଟ୍ ସମସ୍ୟା ହୋଇଛି । ପିଲାଙ୍କୁ ୧୯ ମାର୍କର ଗ୍ରେସ୍ ମାର୍କ ମିଳିବ ନାହିଁ । କେବଳ ଯେଉଁ ପିଲା ସମ୍ପୃକ୍ତ ପ୍ରଶ୍ନର ଉତ୍ତର ଲେଖିଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ। କିନ୍ତୁ ଯେଉଁମାନେ ଉତ୍ତର ଆଟେଣ୍ଡ କରିନଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍ ମାର୍କ ମିଳିବ ନାହିଁ। 

ଆସନ୍ତା ମାର୍ଚ୍ଚ ୨୨ରୁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ମୂଲ୍ୟାୟନ ହେବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ। ସେହିଭଳି ଏପ୍ରିଲ ୪ରୁ ଏପ୍ରିଲ ୧୫ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। CHSE ପରୀକ୍ଷା ନିୟନ୍ତ୍ରକ ଏନେଇ ସ୍ପଷ୍ଟ କରିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.