ଭୁବନେଶ୍ବର, ୨୮/୯ : ଚଳିତ ବିଧାନସଭା ଅଧିବେଶନରୁ ୨ବିଜେପି ବିଧାୟକ ସସ୍ପେଣ୍ଡ । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିବା ଘଟଣାରେ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ବିଧାୟକ ହେଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ । ଚଳିତ ଅଧିବେଶନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ।
ଘଟଣା ଅନୁଯାୟୀ, ପ୍ରଥମେ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ । ପଲିଥିନରେ ଡାଲି ଆଣି ଦେଖାଇଥିଲେ । ପରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ ଉକ୍ତ ଡାଲିକୁ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ। ଫଳରେ ଏହି ଘଟଣାରେ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ସୂରୁପ ଉଭୟଙ୍କୁ ଚଳିତ ଅଧିବେରେ ସସ୍ପେଣ୍ଡ କରାଯାଇଛି । ଚଳିତ ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ସେମାନେ ଯୋଗଦେଇପାରିବେ ନାହିଁ । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ସହ ଏହି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।