ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଭାରତୀୟ ମହିଳା ଦଳରେ ୨ ଓଡ଼ିଆ

ଭୁବନେଶ୍ୱର, ୨୮।୧: ଚଳିତ ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ୨୦୨୩- ୨୪ ସିଜିନ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଓଡ଼ିଶାରୁ ୨ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଜ୍ୟୋତି ଛତ୍ରୀ ଓ ସୁନେଲିତା ଟପ୍ପୋ । ଗୋଲ୍‌ କିପର ସବିତା ଅଧିନାୟକ ଏବଂ ପ୍ରତ୍ୟାବର୍ତ୍ତନ କରିଥିବା ଅଭିଜ୍ଞ ଖେଳାଳି ବନ୍ଦନା କାଟାରିୟା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡରେ ୨୦୨୩-୨୪ ସିଜନ ଆରମ୍ଭ କରିବାକୁ ଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଦଳ ମୋଟ ୮ଟି ମ୍ୟାଚ୍‌ ଖେଳିବ । ଘରୋଇ ଗ୍ରାଉଣ୍ଡରେ ଦଳ ଚୀନ, ନେଦରଲାଣ୍ଡ୍‌ସ, ଅଷ୍ଟ୍ରେଲିଆ ଓ ଆମେରିକାକୁ ଭେଟିବ । ଭାରତୀୟ ଦଳ କଳିଙ୍ଗରେ ଆସନ୍ତା ୩ରୁ ୯ ତାରିଖ ମଧ୍ୟରେ ୪ଟି ମ୍ୟାଚ୍‌ ଖେଳିବ । ଭାରତ ୩ ତାରିଖ ଚୀନକୁ, ୪ ତାରିଖ ନେଦରଲାଣ୍ଡ୍‌ସ, ୭ ତାରିଖ ଅଷ୍ଟ୍ରେଲିଆ ଏବଂ ୯ ତାରିଖ ଆମେରିକାକୁ ଭେଟିବ । 

ଏହାପରେ ରାଉରକେଲାରେ ୧୨ରୁ ୧୮ତାରିଖ ମଧ୍ୟରେ ଆଉ ୪ଟି ମ୍ୟାଚ୍‌ ଖେଳିବ । ୧୨ତାରିଖରେ ଚୀନକୁ, ୧୪ ତାରିଖ ନେଦରଲାଣ୍ଡ୍‌ସ, ୧୭ ତାରିଖ ଅଷ୍ଟ୍ରେଲିଆ ଏବଂ ୧୮ ତାରିଖ ଆମେରିକା ବିପକ୍ଷ ମ୍ୟାଚ୍‌ ଖେଳିବ । ଉଭୟ ଗ୍ରାଉଣ୍ଡରେ ମୋଟ ୨୦ଟି ମ୍ୟାଚ୍‌ ଖେଳାଯିବ । ଭାରତୀୟ ଦଳ: ଗୋଲ୍‌କିପରସବିତା (ଅଧିନାୟକ), ବିଚୁ ଦେବୀ ଖରିବାମ୍‌³ ଡିଫେଣ୍ଡର- ଗୁରଜିତ କୌର, ନିକି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ, ମୋନିକା, ଜ୍ୟୋତି ଛତ୍ରୀ³ ମିଡ୍‌ଫିଲ୍ଡର- ନିଶା, ବୈଷ୍ଣବୀ ଫାଲକେ, ନେହା, ନବନୀତ କୌର, ସଲିମା ଟେଟେ, ସୋନିକା, ଜ୍ୟୋତି, ବଲଜୀତ କୌର, ସୁନେଲିତା ଟପ୍ପୋ³ ଫରୱାର୍ଡମମତାଜ ଖାନ, ବିଉଟି ଡୁଙ୍ଗଡୁଙ୍ଗ୍‌, ଲାଲ୍‌ରେମ୍‌ସିୟାମି, ସଙ୍ଗୀତା କୁମାରୀ, ଦୀପିକା, ବନ୍ଦନା କାଟାରିୟା, ଶର୍ମିଳା ଦେବୀ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.