ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର

ବ୍ୟାସନଗର, ୧୯/୪ : ଯାଜପୁର ରୋଡ ଥାନା ଅଧୀନ ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଗୁରୁବାର ଗାଧୋଇବାକୁ ଯାଇ ୨ ଭାଇ ବୁଡ଼ି ଯାଇଥିଲେ। ଆଜି ସକାଳୁ ଯୋକଡ଼ିଆ ନୂଆ ପୋଲ ନିକଟରୁ ବଡ଼ଭାଇର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ଶାଶ୍ଵତ। ଏବେବି ଅନ୍ୟ ଜଣେ ନିଖୋଜ ଅଛନ୍ତି। 

ସୂଚନାନୁଯାୟୀ, ଶିବାନନ୍ଦ ନଗରରେ ରହୁଥିବା ଶେଖର ଚନ୍ଦ୍ର ସ୍ୱାଇଁଙ୍କ ଦୁଇପୁଅ ଶାଶ୍ଵତ(୨୪ ବର୍ଷ) ଓ ସ୍ଵସ୍ତିକ(୨୧ ବର୍ଷ) ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଗୁରୁବାର ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଆଜି ସକାଳୁ ଯୋକଡ଼ିଆ ନୂଆ ପୋଲ ନିକଟରେ ଶାଶ୍ଵତର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ଯାଜପୁର ରୋଡ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡ଼ିକାଲକୁ ପଠାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ସାନ ଭାଇ ସ୍ଵସ୍ତିକର କୌଣସି ସନ୍ଧାନ ମିଳିନାହିଁ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.