ବରଗଡ଼, ୧୩/୧୧ : କୋଇଲା ବୋଝେଇ ଟ୍ରେଲର ତଳେ ଚାପି ହୋଇ ୨ ମୃତ। ବରଗଡ଼-ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ଦେବହାଲ ଛକରେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ଦେବହାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। OD 17 T 7179 ନମ୍ଵର ବିଶିଷ୍ଟ ଏକ ଟ୍ରେଲର ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଟ୍ରାଲର ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ପପର୍ଯ୍ୟନ୍ତ ପରିଚୟ ଦୁଇ ମୃତକଙ୍କ ପରିଚୟ ମିଳି ପାରି ନାହିଁ। ପୋଲିସ ଏନେଇ ତଦନ୍ତ କରୁଛି।