ସୁବର୍ଣ୍ଣପୁର, ୧୫/୦୯ : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁର ଏକ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ। ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ରେଡ କରି ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଚାରି ଅଭିଯୁକ୍ତ ହେଲେ ମହୁଲେ ଗାଁର ବାବୁଲା ନନ୍ଦ, ଭାଗ୍ୟ ନନ୍ଦ, ପେରମା ବାଗ ଓ ସାବିତ୍ରୀ ମହାନନ୍ଦ।
ସେମାନେ ବହୁ ଦିନରୁ ଏହି ଜଙ୍ଗଲରେ ଦେଶୀ ମଦ ରାନ୍ଧି ବେପାର କରୁଥିଲେ । ସେମାନଙ୍କ ଠାରୁ ପାଖାପାଖି ୨୦୦ ଲିଟର ଦେଶୀ ମଦ ଓ ମଦ ରନ୍ଧାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।