ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଆଗକୁ ଆସୁଛି ଭୟଙ୍କର ଗରମ, ୫ ଦିନ ହିଟ୍‌ଓ୍ବେଭ୍ ଚେତାବନୀ

ନୂଆଦିଲ୍ଲୀ,୨୩।୩: ଉତ୍ତର ଭାରତର ରାଜ୍ୟ ଗୁଡିକରେ ଗରମ ପଡିବା ଆରମ୍ଭ ହୋଇଯାଇଛି। ତାପମାତ୍ରା ଲଗାତାର ବଢିବାରେ ଲାଗିଛି। ଏହା ଭିତରେ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ, ଉତ୍ତର ପଶ୍ଚିମ ଭାରତରେ ଅଧିକାଂଶ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିଯିବ। ଏଭଳି ଆଗାମୀ ୪ରୁ ୫ ଦିନ ଭିତରେ ହେବ। ଅର୍ଥାତ ଗରମ ବୃଦ୍ଧି ହେବାକୁ ଯାଉଛି। ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ  ଅଞ୍ଚଳରେ ଭୟଙ୍କର ଗରମ ପଡିଛି ଓ ଆଗାମୀ ୫ ଦିନ ପର୍ଯ୍ୟନ୍ତ ହିଟଓ୍ବେଭ୍ ରହିବ। 

ପାଣିପାଗ ବିଭାଗର କହିବା ଅନୁସାରେ, ଝାଡଖଣ୍ଡ, ଗାଙ୍ଗୀୟ ପଶ୍ଚିମବଙ୍ଗ, ବିହାରରେ ସର୍ବାଧିକ ତାପମାତ୍ରା ସ୍ବଭାବିକଠାରୁ ୩ରୁ ୫ ଡିଗ୍ରୀ କମ୍ ଚାଲିଛି। ଅନ୍ୟପକ୍ଷେ ପଶ୍ଚିମ ଉତ୍ତର ପ୍ରଦେଶ, ଛତିଶଗଡ, ଓଡିଶା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା,ମଣିପୁରରେ ଏହା ୧ରୁ ୩ ଡିଗ୍ରୀ ସ୍ବାଭାବିକଠାରୁ କମ୍ ରହିଛି। ଜମ୍ମୁ-କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ,ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମଧ୍ୟ ମହାରାଷ୍ଟ୍ର, କୋଙ୍କଣ, ଗୋଆରେ ସର୍ବାଧିକ ତାପମାତ୍ରା ହାରାହାରି ୨ରୁ ୪ ଡିଗ୍ରୀ ସେଲସିୟସ୍‌ ଅଧିକ ରହିଛି। 

ପୂର୍ବ ଭାରତରେ ଆଗାମୀ ୫ ଦିନ ଭିତରେ ଅଧିକାଂଶ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ବଢିଯିବ। ମଧ୍ୟ ଭାରତରେ ଗରମ ବଢିବାରେ ଲାଗିଛି ଓ ମାକ୍ସିମମ୍ ଟେମ୍ପରେଚର ତିନି ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଦୁଇରୁ ତିନି ଦିନ ବଢିବାର ସମ୍ଭାବନା ରହିଛି। ରାୟଲସୀମା, କେରଳ,ମାହେରେ ୨୩-୨୭ ଓ ତାମିଲନାଡୁ, ପୁଡୁଚେରୀ, କରାଇକଲ୍‌ରେ ୨୩ ଓ ୨୪, କୋଙ୍କଣରେ ୨୪ ଓ୨୭ ମାର୍ଚ୍ଚରେ ହିଟ୍ ଆଣ୍ଡ ହିମ୍ୟୁଡିଟି ଓ୍ବେଦର ରହିବ। ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଭଳି ଅଞ୍ଚଳରେ ୨୩ ରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ହିଟଓ୍ବେଭ୍‌ର ସ୍ଥିତି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.