ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ରାଜଧାନୀରେ ୨୪ ଘଣ୍ଟାରେ ଗଡ଼ିଲାଣି ୪ ମୁଣ୍ଡ, ହତ୍ୟାକାରୀଙ୍କୁ ଧରିବାକୁ ପୋଲିସର ଛାନ୍‌ଭିନ୍‌

ଭୁବନେଶ୍ୱର,୦୭/: ରାଜଧାନୀରେ ୨୪ ଘଣ୍ଟାରେ ୪ ମୁଣ୍ଡ ଗଡିଛି ।  ଜୋନ୍‌-୨ର ଏୟାରଫିଲ୍ଡ ଥାନା ଓ ଚନ୍ଦକା ଅଧୀନରେ ଘଟିଛି ।  ସବୁଠୁ ନୃଶଂସ ହତ୍ୟା ଥାନା ଠାରୁ ମାତ୍ର ୨୦୦ ମିଟର ନିକଟରେ ଘଟିଛି । ପୋଖରୀପୁଟ ଓଭରବ୍ରିଜ୍‌ ତଳ କେଳା ବସ୍ତିରେ ଜଣେ ୪ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ବଳାତ୍କାର ପରେ ତଣ୍ଟି କାଟି ହତ୍ୟା କରାଯାଇଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ଜଣେ ନିଶାଖୋର ପଡ଼ୋଶୀର ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । 

ସେହିପରି ପୁନାମା ଗେଟ୍‌ ନିକଟ ଅରବିନ୍ଦନଗରରୁ ଆଉ ଏକ ବଧୂହତ୍ୟା ଘଟଣା ସାମ୍ନାକୁ ଆସିଛି । ସୁରଜ ଦାଶଙ୍କ ଘରୁ ୨୪ ବର୍ଷୀୟ ମହିଳା ପ୍ରିୟଙ୍କା ମିଶ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି । ପ୍ରିୟଙ୍କାଙ୍କ ପରିବାର ଲୋକ ୫ ଲକ୍ଷ ଟଙ୍କା ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରିୟଙ୍କାଙ୍କୁ ହତ୍ୟା କରି ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସେମାନେ ଏତଲାକପିରେ ଦର୍ଶାଇଛନ୍ତି । 

ସେହିପରି ଖୋର୍ଦ୍ଧା ତାପଙ୍ଗର ୨୭ ବର୍ଷୀୟ ଅଞ୍ଜଳି ବେହେରା ୩ ଦିନ ତଳେ ସୁନ୍ଦରପଦା ଅଞ୍ଚଳର କ୍ଷେତ୍ରପାଳ ନଗରରେ ଥିବା ପ୍ରେମିକଙ୍କ ଘରକୁ ପଳାଇ ଆସିଥିଲେ । ପ୍ରେମ ପାଇଁ ଜିଦ୍‌ ଧରି ଘର ସାମ୍ନାରେ ବସିଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ସୋମବାର ସକାଳୁ ପ୍ରେମିକ ଘରୁ ପ୍ରେମିକାର ଝୁଲନ୍ତା ମୃତଦେହ ମିଳିଛି । ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରିଛି । ପ୍ରେମିକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସେହିପରି ଚନ୍ଦକା ଗୋଠପାଟଣା ଥାନା ଅଞ୍ଚଳ‌ରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା। ମହିଳାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ କିଷ୍ନାପୁରୀ କଲୋନୀ ରହୁଥିବା ସସ୍ମିତା ବେହେରା(୩୫) ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Copyright © 2022 - Summa Real Media Private Limited. All Rights Reserved.