ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କେହି ନଥିବା ଘରକୁ ଟାର୍ଗେଟ୍ କରି କଳାକନା ବୁଲାଇଦେଉଥିଲେ; ୩ ଗିରଫ, ଟଙ୍କା, ସୁନା ସହ ୧୦ ସାଇକେଲ ଜବତ

କଟକରୋଡ, ୨୯।୧୧: ଦିନରେ ରଙ୍ଗ କାମ,ରାତିରେ ଚୋରି । କେହି ନଥିବା ଘରକୁ ଟାର୍ଗେଟ କରି କଳାକନା ବୁଲାଇ ଦେଉଥିଲେ । ଏଭଳି ଏକ ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ମଙ୍ଗଳବାର ବଡଗଡ଼ ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଏହି ଥାନା ଅଧୀନ ଚିଲି ପୋଖରୀ ଅଞ୍ଚଳରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ ପୁନିଆ, ରାକେଶ ବେହେରା ଓରଫ ପୋଡ଼ା ଓ ଶିବ ବେହେରା । ଏମାନଙ୍କ ଠାରୁ ପୁଲିସ୍‌ ଗୋଟିଏ ସୁନା ହାର, ଦୁଇ ହଳ କାନଫୁଲ, ଦୁଇ ହଳ ସୁନା ଚୁଡି, ଇମିଟେସନ୍‌ ଅଳଙ୍କାର, ସାଢ଼େ ୩ ହଜାର ଟଙ୍କା ଓ ୧୦ଟି ସାଇକେଲ୍‌ ଜବତ କରାଯାଇଛି ବୋଲି ଜୋନ୍‌ ଏସିପି ସୁଭନାରାୟଣ ମୁଦୁଲି କହିଛନ୍ତି । 

ପୁଲିସ ସୂଚନା ଅନୁଯାୟୀ, ଗତ ୨୦ ତାରିଖ ମଧ୍ୟାହ୍ନରେ ବ୍ରହ୍ମେଶ୍ୱରପାଟଣାରେ ରହୁଥିବା ଧୂପକାଠି ନିର୍ମାତା ସୁରଞ୍ଜନ ଦାସ ଘରେ ଅନୁପସ୍ଥିତ ଥିବା ବେଳେ ପୁନିଆ ଓ ତା’ର ସହଯୋଗୀ ତାଙ୍କ ଘର ଗ୍ରୀଲ ଭାଙ୍ଗି ଆଲମିରାରୁ ୫୦ହଜାର ଟଙ୍କା ସହ ୧୫୦ ଗ୍ରାମ୍‌ ସୁନା ଅଳଙ୍କାର, ୩ ଗ୍ରାମ୍‌ ରୁପା ଅଳଙ୍କାର ଓ କଏନ ଲୁଟି ନେଇଥିଲେ । ଏ ନେଇ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ ପରେ କମିଶନରେଟ ପୁଲିସ ଘଟଣାକୁ ଗୁରୁତର ସହ ନେଇଥିଲା । ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ଚିଲିପୋଖରି ଅଞ୍ଚଳରୁ ଅଭିଯୁକ୍ତ ପୋଡ଼ା ଓ ପୁନିଆକୁ ଥାନାକୁ ଉଠାଇ ଆଣିଥିଲା । ଜେରା ବେଳେ ବ୍ରହ୍ମେଶ୍ୱର ପାଟଣା ଚୋରି ଘଟଣାରେ ପୁନିଆର ସଂପୃକ୍ତି ଥିବା ବେଳେ ଏହି ଥାନା ଅଧୀନ ପାଣ୍ଡବନଗର ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସାଇକେଲ ଚୋରିରେ ପୋଡ଼ା ସାମିଲ ଥିବା ଜଣାପଡ଼ିଥିଲା । 

ଅଭିଯୁକ୍ତ ଦିନରେ ରଙ୍ଗମିସ୍ତ୍ରୀ କାମ କରୁଥିବା ବେଳେ ପ୍ରାୟତଃ କେହି ନଥିବା ଘରକୁ ଏମାନେ ଟାର୍ଗେଟ କରନ୍ତି ବୋଲି ପୁଲିସ କହିଛି । ପୁନିଆ ଠାରୁ ସୁରଞ୍ଜନଙ୍କ କେତେକ ଚୋରି ଅଳଙ୍କାର ଓ ୩ ହଜାର ୫ଶହ ଟଙ୍କା ଜବତ କରାଯାଇଛି । ପୋଡ଼ା ଅନ୍ତର୍ଯ୍ୟାମୀଙ୍କ ସାଇକେଲ ଶିବାକୁ ବିକ୍ରି କରିଥିଲେ । ଚୋରା ସାଇକେଲ୍‌ ଜାଣିବା ପରେ ମଧ୍ୟ ଶିବା ୩ ହଜାର ଟଙ୍କାରେ ସାଇକେଲ କିଣିଥିଲା । ପୁଲିସ୍‌ ଶିବା ଘରେ ଚଢ଼ଉ କରି ୧୦ଟି ସାଇକେଲ୍‌ ଜବତ କରିଛି । ସେପଟେ ପୁନିଆ ଯେଉଁ ସବୁ ସୁନା ଓ ରୁପା ଅଳଙ୍କାର ଚୋରି କରିଥିଲା ତାକୁ ଏକ ସୁନା ଦୋକାନୀକୁ ବିକ୍ରି କରି ଦେଇଥିଲା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.