ଖଲ୍ଲିକୋଟ , ୩।୬ ଖଲ୍ଲିକୋଟ ନିର୍ବାଚନ ସମୟରେ ପୋଷ୍ଟର ମରାକୁ କେନ୍ଦ୍ର କରି ହତ୍ୟା ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୧୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୩ ଜଣ ହେଲେ କୋକନ ନାହାକ, ଶିବରାମ ତରେଇ ଓ ବିନୟ ତରେଇ । ଏମାନଙ୍କୁ ପୋଲିସ ବାଙ୍ଗାଲୋରରୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି, ଯେଉଁ ମାନଙ୍କର ଏହି ହତ୍ୟା ଘଟଣାରେ ସମ୍ପୃକ୍ତି ଥିବାର ଜଣାପଡିବ ସେମାନଂକୁ ଗିରଫ କରାଯିବା ବୋଲି ଏସପି କହିଛନ୍ତି। ମେ ୧୫ ତାରିଖରେ ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ଦିଲ୍ଲୀପ ପାହାନକୁ ହତ୍ୟା କରାଯାଇଥିଲା ।
ଆହୁରି ପଢନ୍ତୁ : ୨ ଦିନ ପରେ ମଧ୍ୟ ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା, ସୀମାନ୍ତଵର୍ତ୍ତି ଅଞ୍ଚଳରେ ଖାନତଲାସୀ ଜାରି