ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗୋଟିଏ ଗାଁର ୩ ନାଁ, ଗ୍ରାମବାସୀଙ୍କ ପାଖରେ ଦୁଇ ରାଜ୍ୟର ପରିଚୟପତ୍ର

କୋରାପୁଟ, ୦୧/୦୪ : ସୀମା ମୁକୁଳା ପଡ଼ିଛି। ପଡ଼ୋଶୀ ରାଜ୍ୟ ସୀମା ଭିତରକୁ ପଶି ଆସିଛି । ଓଡ଼ିଶାରେ ପଡ଼ିଶା ରାଜ୍ୟ ଶାସନ କରୁଛି । ସେମାନଙ୍କ ଭାଷାରେ ଶିକ୍ଷା ମଧ୍ୟ ଦିଆଯାଉଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ତଥା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି, ବନ୍ଧୁଗାଁ, ନନ୍ଦପୁର ଓ ନାରାୟଣପାଟଣା ବ୍ଲକ୍‌ରେ । ଅନ୍ୟପକ୍ଷେ ଜିଲ୍ଲା ମୁଖ୍ୟାଳୟ ବହୁ ଦୂରରେ ଥିବାରୁ ସୀମାନ୍ତବାସୀ ଆନ୍ଧ୍ର ଭରସାରେ ରହୁଛନ୍ତି। ଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାର ଶାସନ ଚଳାଉଥିବା କହିଲେ ଅତ୍ୟୁକ୍ତି ହେବନି। ଏଠାରେ ଆନ୍ଧ୍ର ସରକାର ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରାସ୍ତା, ପାନୀୟଜଳ, ମୋବାଇଲ୍‌ ନେଟ୍‌ୱାର୍କ ଭଳି ସୁବିଧା ଦେଉଛି । ଏଠାରେ ସୀମା ଓ ଭାଷା ଅସୁରକ୍ଷିତ । ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଏହି ଦିଗକୁ କିନ୍ତୁ ଗୁରୁତ୍ୱ ଦେଉନି । ଓଡ଼ିଶା ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆସନ୍ତା ସାଧାରଣ ନିର୍ବାଚନ କରିବା ନେଇ ମଧ୍ୟ ଆନ୍ଧ୍ର ଏଠାରେ ଯୋଜନା କରିଛି । 

ଆସନ୍ତା ମେ’ ୧୩ରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ସୀମା ଅଞ୍ଚଳର ଭୋଟରଙ୍କୁ ନେଇ ସ୍ୱତନ୍ତ୍ର ଶିବିର କରିବାକୁ ଆନ୍ଧ୍ର ଯୋଜନା ରଖିଛି । ଓଡ଼ିଶା ଅପେକ୍ଷା ଆନ୍ଧ୍ର ଏହି ଅଞ୍ଚଳର ବିକାଶ ଦିଗକୁ ଗୁରୁତ୍ୱ ଦେଉଥିବା କହି ଲୋକେ ମଧ୍ୟ ଆନ୍ଧ୍ର ସପକ୍ଷରେ ରହୁଛନ୍ତି । ଏଥିପାଇଁ ଏଠାରେ ଥିବା ଆନ୍ଧ୍ରର ସ୍କୁଲରେ ନିଜ ପିଲାଙ୍କୁ ତେଲୁଗୁ ଭାଷାରେ ଶିକ୍ଷା ଗ୍ରହଣ ପାଇଁ ଲୋକେ ପଠାଉଛନ୍ତି । ପ୍ରକାଶଥାଉ କି, ଏହି ପଞ୍ଚାୟତର ୨୧ଟି ଛୋଟବଡ଼ ଗାଁକୁ ନେଇ ଆନ୍ଧ୍ର ସହ ୧୯୬୮ରୁ ଓଡ଼ିଶାର ସୀମା ବିବାଦ ରହିଛି । ଏ ସମ୍ପର୍କରେ ମାମଲା ବିଚାରାଧୀନ ରହିଛି । ଉଭୟ ରାଜ୍ୟ ନିଜ ମାଲିକାନା ଜାହିର୍‌ କରୁଥିବା ଯୋଗୁ ଫଇସଲା ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଏଭଳି ସ୍ଥିତିରେ କୋଟିଆ ପଞ୍ଚାୟତର ବିକାଶ ପାଇଁ ରାଜ୍ୟ ସରକାର ୧୦୮ କୋଟି ୫୩ ଲକ୍ଷ ୧୨ ହଜାର ୩୩୯ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଟଙ୍କା ବ୍ୟୟରେ ପ୍ରତି ଗାଁକୁ ରାସ୍ତା, ସ୍କୁଲ୍‌ ଘର, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନବାଡ଼ି କେନ୍ଦ୍ର, ମିଶନଶକ୍ତି ଗୃହ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବଜାର ପିଣ୍ଡି, ଥାନା ନିର୍ମାଣ ସମେତ ବିଦ୍ୟୁତ୍‌ ସଂଯୋଗ, ମୋବାଇଲ ଟାୱାର ସ୍ଥାପନ କରାଯାଇଛି । ଏଥିସହ ଲୋକଙ୍କ ଜୀବନ ଜୀବିକା ବ୍ୟବସ୍ଥା ମଧ୍ୟ କରାଯାଇଛି । ତଥାପି ସ୍ଥାନୀୟ ଲୋକେ ଆନ୍ଧ୍ର ସପକ୍ଷରେ ରହୁଛନ୍ତି । ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ ଓ ନନ୍ଦପୁର ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ନାରାୟଣପାଟଣାରୁ କୋରାପୁଟର ଦୂରତା ପ୍ରାୟ ୮୦ କିମି । ହେଲେ ଆନ୍ଧ୍ରକୁ ମାତ୍ର ୨୦କିମି । ସୀମାରୁ ୧୫/୨୦ କିମି ମଧ୍ୟରେ ମକୁଆ ଓ ପାର୍ବତୀପୁରମ୍‌ ସହର ରହିଛି । ଫଳର ସୀମାନ୍ତ ନଙ୍ଗଲବେଡ଼ା, କାସବାଳସା, ସିକେବାଦ୍ରା, ପିକେବାଦ୍ରା, ତଲକେଲସା ଆଦି ଗାଁ ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । 

ସେହିପରି ବନ୍ଧୁଗାଁରୁ କୋରାପୁଟ ୧୦୦ କିମି ଦୂରରେ ରହିଛି । ଆନ୍ଧ୍ର ସୀମାନ୍ତ ଆଲମଣ୍ଡା, ସିଡ଼ିବାଲସା, କାପଲଡ଼ା ଆଦି ଗାଁ ଲୋକେ ୧୭ କିମି ଦୂର ଆନ୍ଧ୍ରର ପାର୍ବତୀପୁରମ୍‌ ଉପରେ ନିର୍ଭର କରୁଛନ୍ତି । ଜିଲ୍ଲାର ଅନ୍ୟ ଏକ ବ୍ଲକ୍‌ ନନ୍ଦପୁର ମଧ୍ୟ ଆନ୍ଧ୍ର ସୀମାରେ ରହିଛି । ଏହି ବ୍ଲକ୍‌ର ସୀମାନ୍ତ ଗାଁ ଚାଟୁଆ, ଅନ୍ଧ୍ରାଗୁଡ଼ା, ପାଥଲୁଙ୍ଗ, ଖିନବର୍‌ ଗାଁ ଜିଲ୍ଲା ସଦର ମହକୁମାରୁ ୯୫ କିମି ଦୂରରେ ରହିଛି । ଏଠାକାର ଗ୍ରାମବାସୀ ୧୧ କିମି ଦୂର ଆନ୍ଧ୍ରର ଆର୍‌କୁ ଉପରେ ନିର୍ଭର କରୁଛନ୍ତି । ଏହି ଅଞ୍ଚଳବାସୀ ଓଡ଼ିଆ ଅପେକ୍ଷା ତେଲୁଗୁ ଭାଷାରେ ଅଧିକ କଥାବାର୍ତ୍ତା ହେଉଛନ୍ତି । ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ସେମାନଙ୍କୁ ସୁବିଧା ସୁଯୋଗ ଦିଆଯାଉଛି । ଉଭୟ ରାଜ୍ୟର ପରିଚୟପତ୍ର ଏସବୁ ଗ୍ରାମବାସୀଙ୍କ ନିକଟରେ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.