ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମହିଳାଙ୍କୁ ଷ୍ଟ୍ରୋକ୍‌ରୁ ବଞ୍ଚାଇବ ଏହି ୩ଟି ଉପାୟ...

ଭୁବନେଶ୍ଵର, ୨୪/୦୫ : ସାଧାରଣତଃ, ମସ୍ତିଷ୍କରେ ରକ୍ତ ପ୍ରବାହ ବନ୍ଦ ହୋଇଗଲେ କିମ୍ଵା କୌଣସି ଶୀର ଫାଟି ରକ୍ତ ବାହାରିଲେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ। ଏବେ ମହିଳାଙ୍କ ଠାରେ ଷ୍ଟ୍ରୋକ୍ ବଢିବାରେ ଲାଗିଛି। ତେଣୁ ମହିଳାମାନେ ଏଥିରୁ କିପରି ରକ୍ଷା ପାଇପାରିବେ, ସେ ବିଷୟରେ ଡାକ୍ତରମାନେ ବିଶ୍ଲେଷଣ କରି କହିଛନ୍ତି। ଆମେରିକୀୟ ମହିଳାଙ୍କ ପାଇଁ ଏହା ମୃତ୍ୟୁର ପଞ୍ଚମ ପ୍ରମୁଖ କାରଣ ପାଲଟିଛି। ମସ୍ତିଷ୍କର କୌଣସି ଭାଗରେ ପର୍ଯ୍ୟାପ୍ତ ରକ୍ତ ପ୍ରବାହ ନହେଲେ, ଷ୍ଟ୍ରୋକ୍ ହୋଇଥାଏ। ଏହି ଏମର୍‌ଜେନ୍ସି ସ୍ଥିତିରେ ମସ୍ତିଷ୍କର କୋଷିକା ଗୁଡିକ ଅମ୍ଳଜାନ ଅଭାବରୁ ଧିରେଧିରେ ମରିଯାଇଥାନ୍ତି। 

ଛୋଟ ପିଲାଙ୍କଠାରୁ ଆରମ୍ଭକରି ବୟଷ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଷ୍ଟ୍ରୋକ୍ ହୋଇପାରେ, କିନ୍ତୁ କିଛି ଲୋକଙ୍କୁ ଏହି ବିପଦ ଅଧିକ ରହିଛି। ହାଇ ବ୍ଲଡ୍ ପ୍ରେସର୍, ହାଇ କୋଲେଷ୍ଟ୍ରୋଲ୍, ଟାଇପ୍ ୨ ଡାଇବେଟିଜ୍ ଏବଂ ହାର୍ଟ ଆଟାକ୍, ଏଟ୍ରିୟଲ୍ ଫେବ୍ରିଲେଶନ୍ ଭଳି ସ୍ଥିତିରେ ଥିବା ଲୋକଙ୍କୁ ଏହାର ବିପଦ ଅଧିକ ରହିଥାଏ। ଏହାର ବିପଦକୁ କମ୍ କରିବାକୁ ଫ୍ଲୋରିଡାର ଜଣେ ଡାକ୍ତର ୩ଟି ଉପାୟ କହିଛନ୍ତି।

ମେଡିଟେରିୟନ୍ ଡାଏଟ୍ ଆପଣାନ୍ତୁ :

ଫ୍ଲୋରିଡାର ଜେକ୍ସନେବିଲେରେ ବୁକ୍ସ୍ ରିହେବିଲିଟେସନ୍‌ରେ ପ୍ରାକ୍ଟିସ୍ କରୁଥିବା ଡ. ପରାଗ ଶାହଙ୍କ କହିବା ଅନୁଯାୟୀ, ମେଡିଟେରିୟନ୍ ଡାଏଟ୍ ଏକ ପ୍ଲାଣ୍ଟ୍ ବେସ୍ଡ୍ ଡାଏଟ୍ ଅଟେ। ଏହା ରେଡ୍ ମିଟ୍, ଚିନି ଇତ୍ୟାଦିର ସେବନ କମ୍ କରାଇ ସବୁଜ ପନିପରିବା, ଫଳ, ଶସ୍ୟ ଜାତୀୟ ଖାଦ୍ୟ ଏବଂ ହେଲଦି ଫ୍ୟାଟ୍ ଉପରେ ଫୋକସ୍ କରିଥାଏ। ୨୦୧୮ରେ UKର ଏକ ଷ୍ଟଡିରୁ ଜଣାପଡିଛି ଯେ, ଯେଉଁ ମହିଳାମାନେ ମେଡିଟେରିୟନ୍ ନେଉନାହାନ୍ତି, ତାଙ୍କ ତୁଳନାରେ ଏହି ଡାଏଟ୍ ଗ୍ରହଣ କରୁଥିବା ମହିଳାଙ୍କଠାରେ ବ୍ରେନ୍ ଷ୍ଟ୍ରୋକ୍‌ର ସମ୍ଭବତା ୨୨ ପ୍ରତିଶତ କମ୍ ରହିଛି। 

ବାୟୁ ପ୍ରଦୂଷଣରୁ ବଞ୍ଚନ୍ତୁ : 

ଯଦି ଜଣେ ବ୍ୟକ୍ତି ୫ଦିନ ପ୍ରଦୂଷିତ ବାୟୁ ସଂପର୍କରେ ଆସିଥାନ୍ତି, ତେବେ ତାଙ୍କୁ ଷ୍ଟ୍ରୋକ୍ ହେବାର ବିପଦ ବଢିଯାଇଯାଇଥାଏ। ତେଣୁ ବାୟୁ ପ୍ରଦୂଷଣ ଠାରୁ ଦୁରେଇ ରୁହନ୍ତୁ ଏବଂ ଘରେ ଏୟାର କ୍ଲିନର୍ ଲଗାନ୍ତୁ। ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। 

ଯୋଗାଭ୍ୟାସ କରନ୍ତୁ :

ଡ.ଶାହ କହିଛନ୍ତି ଯୋଗ, ତାଇ ଚୀ(ମାର୍ଶଲ୍ ଆର୍ଟ) ଏବଂ ବେଟ୍ ଟ୍ରେନିଙ୍ଗ ଭଳି ଫିଜିକାଲ୍ ଆକ୍ଟିଭିଟିଜ୍ କରିବା ସହ ଡିପ୍ ବ୍ରିଦିଙ୍ଗ ଭଳି ସଚେତନ ଉପାୟକୁ ମହତ୍ତ୍ୱ ଦେବା ଦ୍ୱାରା ଷ୍ଟ୍ରୋକ୍‌ର ବିପଦ କମିଥାଏ। ପ୍ରତ୍ୟେକ ଦିନ ୩୦ ରୁ ୬୦ ମିନିଟ୍ ସପ୍ତାହକୁ ୩ରୁ ୫ ଦିନ ଏହି ଆକ୍ଟିଭିଟିଜ୍ କରନ୍ତୁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.