ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବର୍ଷାରେ ଭୁଶୁଡ଼ିଲା ୨ମହଲା କୋଠା , ଭଗ୍ନାବଶେଷ ତଳେ ଚାପି ହୋଇ ୩ ମହିଳାଙ୍କ ମୃତ୍ୟୁ

ମୈନପୁରୀ ( ୟୁପି) –ଉତ୍ତର ପ୍ରଦେଶର ଥାନା ଅନ୍ତର୍ଗତ ଗ୍ରାମ ବିରୟାମପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଗୁରୁବାର ସକାଳ ୮.୩୦ରେ ୨ମହଲା ଥିବା କୋଠା ଘରର ଲିଣ୍ଟେଲ ( ପଡ଼ିଥିବା ଲମ୍ୱା ବିମ୍‌) ଭାଙ୍ଗି ଖସି ପଡ଼ିଛି। ଯାହାର ଭଗ୍ନାବଶେଷ ତଳେ ଚାପି ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ବୟସ୍କ ବ୍ୟକ୍ତି ଆହତ ହୋଇଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ,କୋଠାର ଲିଣ୍ଟେଲ ଭାଙ୍ଗି ଖସି ପଡ଼ିବାରୁ ଖୁବ୍‌ ଜୋରରେ ଶବ୍ଦ ହୋଇଥିଲା ଏବଂ ଗାଁରେ ଚିତ୍କାର ଶୁଣିବାକୁ ମିଳିଥିଲା। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍‌କ ସାହାଯ୍ୟରେ ଭଗ୍ନାବଶେଷକୁ ହଟେଇ ଥିଲା ଏବଂ ସେଥିରେ ଚାପି ହୋଇ ରହିଥିବା  ଲୋକଙ୍କୁ ବାହାର କରି ହସ୍ପିଟାଲରେ ପହଞ୍ଚାଇ ଥିଲା।

ସୂଚନା ଆଧାରରେ ବର୍ଷା ହେଉଥିବା ବେଳେ ବିରୟାମପୁର ଠାରେ ଥିବା ଏକ ଘରର ଲିଣ୍ଟେଲ ଭୁଶୁଡ଼ି ପଡ଼ିଥିଲା। ଏହାର ଭଗ୍ନାବଶେଷରେ ଚାପି ହୋଇ ୪୦ ବର୍ଷିୟା ନେହା, ୩୪ ବର୍ଷିୟା ପ୍ରୀତି ଓ ୨୮ ବର୍ଷିୟା  ଅନୁପମ ଯାଦବଙ୍କ ମୃତ୍ୟୁ ହୋଇଛି। ୬୦ କୌଶଳେନ୍ଦ୍ର ଯାଦବ (ଜଣେ ଅବସରପ୍ରାପ୍ତ ସୈନିକ) ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ସୂଚନା ପାଇ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଦୁଇ ମହଲାର ପକ୍କା ଘର ୧୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ପୁଲିସ ମୃତକ ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ କରାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.