ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନୂଆ ଟେଲିକମ୍‌ ଆଇନ ଲାଗୁ, ଜାଲ୍‌ ସିମ୍‌ କାର୍ଡ କାରବାରରେ ୩ ବର୍ଷ ଜେଲ୍

ନୂଆଦିଲ୍ଲୀ, ୨୭/୦୬ : ଏବେ ସର୍ବାଧିକ ୯ଟି ସିମ୍‌ କାର୍ଡ ନେଇପାରିବେ ଉପଭୋକ୍ତା । ଜାଲ ସିମ୍‌ କାର୍ଡ କାରବାର କ୍ଷେତ୍ରରେ ୩ ବର୍ଷ ଜେଲ୍‌ ଏବଂ ୫୦ ଲକ୍ଷ ଟଙ୍କା ଯାଏ ଜରିମାନା ଲାଗିବ । ୨୬ ଜୁନରୁ ନୂଆ ଟେଲିକମ୍‌ ଆଇନ ୨୦୨୩ ଲାଗୁ ହୋଇଛି । ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଆଇନ କୌଣସି ଟେଲିକମ ସେବା, ନେଟ୍‌ୱର୍କର ଅଧିଗ୍ରହଣ, ପରିଚାଳନା ଏବଂ ଏହାକୁ ବାତିଲ କରିବାକୁ ସରକାରଙ୍କୁ ଅନୁମତି ଦେଇଥାଏ । ଯୁଦ୍ଧ ଭଳି ସ୍ଥିତିରେ ଆବଶ୍ୟକ ପଡ଼ିଲେ ସରକାର ଟେଲିକମ ନେଟୱର୍କରେ ମେସେଜକୁ ଦେଖିପାରିବେ । କୌଣସି ବ୍ୟକ୍ତି ଜୀବନକାଳ ମଧ୍ୟରେ ୯ଟି ସିମ୍‌ ନେଇପାରିବେ । 

ସେହିଭଳି ଜମ୍ମୁ କାଶ୍ମୀର ଏବଂ ଉତ୍ତରପୂର୍ବ ରାଜ୍ୟରେ ସର୍ବାଧିକ ୬ଟି ସିମ୍‌ ନେଇପାରିବେ ଲୋକେ । ଏହାଠାରୁ ଅଧିକ ସିମ୍‌ କାର୍ଡ ନେଲେ ପ୍ରଥମ ଥର ଲାଗି ୫୦ ହଜାର ଟଙ୍କାର ଜରିମାନା ଏବଂ ଏହା ପରେ ପ୍ରତିଥର ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ସେହିଭଳି ସାମଗ୍ରୀ ଓ ସେବା ସମ୍ପର୍କିତ ବିଜ୍ଞାପନ କିମ୍ବା ପ୍ରମୋସନାଲ ମେସେଜ ପଠାଇବା ପୂର୍ବରୁ ଗ୍ରାହକଙ୍କ ସହମତି ନେବାକୁ ପଡ଼ିବ । ଟେଲିକମ ସେବା ଯୋଗାଉଥିବା କମ୍ପାନିଗୁଡିକ ଏକ ଅନ୍‌ଲାଇନ ବ୍ୟବସ୍ଥା କରିବେ । ଗ୍ରାହକଙ୍କ ଅଭିଯୋଗ ଅନ୍‌ଲାଇନରେ ସମାଧାନ ହୋଇପାରିବ । 

ଗତ ବର୍ଷ ସେପ୍ଟେମ୍ବର ଏବଂ ଡିସେମ୍ବରରେ ଟେଲିକମ ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ପାସ୍‌ ହୋଇଥିଲା । ଏହି ଆଇନରେ ମୋଟ ୬୨ ସେକ୍ସନ ରହିଛି । ଯେଉଁଥିରୁ ୩୯ଟି ସେକ୍ସନ ଲାଗୁ ହୋଇଛି । ୧୩୮ ବର୍ଷ ପୁରୁଣା ଟେଲିଗ୍ରାଫ ନିୟମକୁ ସଂଶୋଧନ କରି ଏହି ଆଇନ ଆଣିଥିଲେ ସରକାର । ଏହାବାଦ ୧୯୩୩ ୱେୟାରଲେସ ଟେଲିଗ୍ରାଫ ଆଇନ ଏବଂ ଟ୍ରାଇ ଆଇନ ୧୯୯୭କୁ ମଧ୍ୟ ଏହା ଦ୍ୱାରା ସଂଶୋଧିତ କରାଯାଇଛି । ଏଥିରେ ଟେଲିକମ ସ୍ପେକ୍ଟ୍ରମର ପ୍ରଶାସନିକ ବଣ୍ଟନ ଉପରେ ମଧ୍ୟ ନିୟମ ରହିଛି । ଯାହା ଦ୍ୱାରା ସେବା କ୍ଷେତ୍ର କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇପାରିବ । ଏହା ଦ୍ୱାରା ଏଲନ ମସ୍କଙ୍କ ଷ୍ଟାର୍‌ଲିଙ୍କ ଭଳି ବିଦେଶୀ କମ୍ପାନିଗୁଡିକ ମଧ୍ୟ ଲାଭବାନ ହୋଇପାରିବେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.