ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବିଚାରପତିଙ୍କ ଘରେ କଳାକନା; ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି, ୪ ନାବାଳକ ଅଟକ

ଭୁବନେଶ୍ୱର, ୨୧।୮: ସିନ୍ଧିଚୋର ଓ ଲୁଟେରାଙ୍କ ଆତଙ୍କରେ ଅଣନିଶ୍ୱାସୀ ହୋଇପଡି଼ଲେଣି ରାଜଧାନୀବାସିନ୍ଦା । ଜନଗହଳିପୂର୍ଣ୍ଣ ରାସ୍ତାରେ ଛିନ୍‌ତାଇ, ଘରେ ପଶି ସୁନା ଅଳଙ୍କାର ଚୋରି କରିବା ନିତିଦିନିଆ ଘଟଣା । ଖୋଦ୍‌ ବିଚାରପତି ବି ସହରରେ ସୁରକ୍ଷିତ ନୁହନ୍ତି । ବଡ଼ଗଡ଼ ଥାନା ଅଞ୍ଚଳରୁ ଜଣେ ବିଚାରପତିଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଛନ୍ତି ସିନ୍ଧିଚୋର । ବଡ଼ କଥା ହେଲା, ବିଚାରପତିଙ୍କ ଘର ସାମ୍ନାରେ ପୁଲିସ ଜଗି ରହିଥିଲା । ତଥାପି ଘରୁ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଆସବାବପତ୍ର ଚୋରି ହୋଇଛି । ଚୋରମାନେ ତାଙ୍କ ଘରେ ଲାପ୍‌ଟପ ଭାଙ୍ଗିଛନ୍ତି । ବାଥ୍‌ରୁ୍‌ମରୁ ପାଣି ଟ୍ୟାପ୍‌ ଓ ସାୱାର ତାଡି଼ ନେଇଛନ୍ତି । ସିନ୍ଧିଚୋରିର ଶିକାର ହୋଇଛନ୍ତି ଦେବୋତ୍ତର ସହକାରୀ ଆୟୁକ୍ତ ତଥା ବିଚାରପତି ଶିଶିର କୁମାର ସାହୁ । ସେ ବିଜେବି ନଗରରେ ଥିବା ସରକାରୀ ବାସଭବନ (୩ଆର୩) ରେ ରହୁଛନ୍ତି । ତାଙ୍କ ଘର ସାମ୍ନାରେ ପୁଲିସ କର୍ମଚାରୀ ଜଗି ରହୁଛନ୍ତି । 

ଶନିବାର ସେ ସପରିବାର ଯାଜପୁରସ୍ଥିତ ଭଉଣୀ ଘରକୁ ଯାଇଥିଲେ । ଯିବା ପୂର୍ବରୁ ଏନେଇ ସେ ସ୍ଥାନୀୟ ପୁଲିସକୁ ଜଣାଇଥିଲେ । ୨ଜଣ ହୋମଗାର୍ଡ ମଧ୍ୟ ଦିନରାତି ପଇଁତରା ମାରୁଥିଲେ । ଯାଜପୁରରେ ରାଖୀ ପୂର୍ଣ୍ଣିମା ପାଳିବା ପରେ ସୋମବାର ସନ୍ଧ୍ୟାରେ ଫେରି ତାଙ୍କ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଘର ପଛପଟ ଝରକା ତାଡି଼ ଚୋରମାନେ ବାସଭବନରେ ପଶିଥିଲେ । ଆଲମିରା ଭାଙ୍ଗି ୨ଟା ସୁନା ହାର, ୧୨ଟା ମୁଦି, ୮ ହଳ ଚୁଡି଼, ୫ ହଳ ବାହୁଟି, ୩ ହଳ ରୁପା ପାଉଁଜି ଓ ଅନ୍ୟାନ୍ୟ ସୁନା ଗହଣା ସହ ପିତଳ ବାସନ ଚୋରି କରି ନେଇଥିଲେ । ତାଙ୍କ ଶୋଇବା ଘରେ ରଖାଯାଇଥିବା ଲାପଟପ ଭାଙ୍ଗିଦେଇଥିଲେ । ଏମିତିକି ବାଥ୍‌ରୁମ୍‌ରୁ ପାଣି ଟ୍ୟାପ୍‌ ନେଇ ଯାଇଥିଲେ । ଏ ବାବଦରେ ବିଚାରପତିଜଣକ ପୁଲିସକୁ ଅବଗତ କରିଥିଲେ । ସାଇଣ୍ଟିଫିକ୍‌ ଦଳ ସହ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ଆଖାପାଖର ସିସି କ୍ୟାମେରା ଯାଞ୍ଚ କରିଥିଲେ । ଦୀର୍ଘ ସମୟର ତନାଘନା ପରେ ପୁଲିସ ୪ଜଣ ନାବାଳକ ଚୋରଙ୍କୁ କାବୁ କରିଛି । ସେମାନଙ୍କଠାରୁ ଚୋରି ହୋଇଥିବା ସୁନା ଗହଣା ଓ ଅନ୍ୟ ଆସବାବପତ୍ର ଜବତ କରିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.