ବ୍ରହ୍ମଗିରି ୨୫/୦୨ : ପୁଣି ଚିଲିକା ମଝିରେ ଫସିଲା ଡଙ୍ଗା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ହ୍ରଦରେ ଅଟକି ରହିଛି। ଯାତ୍ରୀବାହୀ ଡଙ୍ଗାରେ ୧୦ ବାଇକ୍ ସହ ୩୦ ଅଧିକ ଯାତ୍ରା ଫସି ରହିଥିବା ସୂଚନା ମିଳିଛି। ଉଦ୍ଧାର ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ ହୋଇଛନ୍ତି।
ସୂଚନା ମୁତାବିକ, ଜହ୍ନିକୁଦା ଘାଟରୁ ରବିବାର ସକାଳ ୯ଟା ୪୦ ମିନିଟ୍ ସମୟରେ ଏକ ଯାତ୍ରୀବାହୀ ଡଙ୍ଗା ୧୦ଟି ବାଇକ୍ ଓ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ହେଲେ ଅଧାରାସ୍ତାରେ ହଠାତ୍ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।ଫଳରେ ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଫଶି ରହିଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ତେବେ ବାରମ୍ବାର ଯାତ୍ରୀବାହୀ ଡଙ୍ଗା ଗୁଡ଼ିକ ଯାନ୍ତ୍ରିକ ତ୍ରୁଟି ଦେଖା ଦେଉଥିବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।