ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଲୁଟ ହେବାରେ ଲାଗିଛି ମାଙ୍ଗାନିଜ ପଥର; ଚୋରା ଚାଲାଣବେଳେ ୩ଗିରଫ

କାଶୀପୁର,୧୮/୪ :   କାଶୀପୁର ବ୍ଲକ ଟିକିରିବନାଞ୍ଚଳ ଅଧୀନରେ ଥିବା ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବିଭିନ୍ନ ସମୟରେ ମାଙ୍ଗାନିଜ ଖଣିଜ ଆନ୍ତ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ଗତକାଲି ଚୋରା ଚାଲାଣ କରୁଥିବା ମାଙ୍ଗାନିଜ ପଥର ବୋଝେଇ ଏକ ଟ୍ରକ ନଂଏପି-୩୮୮୨ବନ ବିଭାଗ ଅଧିକାରୀଙ୍କ ହାତରେ ଧରା ପଡ଼ିଛି । ଘଟଣାରେ ସଂପୃକ୍ତ ଆନ୍ଧ୍ରପ୍ରଦେଶ ବିଜୟ ନଗରମ ଅଞ୍ଚଳର ୩ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ଲେଲି ଗୁମା ଫରେଷ୍ଟର ୟାର କେନଶବର କହିଛନ୍ତି । 

ପୂର୍ବରୁ ଏକାଧିକ ଥର ଚୋରା ଚାଲାଣ ହେଉଥିବା ମାଙ୍ଗାନିଜ ବୋଝେଇ ଗାଡିକୁ ବିଭାଗ ପକ୍ଷରୁ ଜବତ କରାଯାଇଛି । ବ୍ଲକର ଶଙ୍କରଡ଼ା ପଞ୍ଚାୟତ ନିଶି ଖାଲ ଏବଂ ଆଖ ପାଖ ଅଞ୍ଚଳ ଏବଂ ଶିରି ପାଇ ପଞ୍ଚାୟତ ଲେଲି ଗୁମା ଅଞ୍ଚଳରେ ପ୍ରଚୁର ପରିମାଣର ମାଙ୍ଗାନିଜ ପଥର ରହିଛି । ପରିବେଶ ମଞ୍ଜୁର ଅଭାବରୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଖଣିଜ ସମ୍ପଦର ଉତ୍ତୋଳନ କରାଯାଇପାରୁନାହିଁ । ଗତ ଦିନରେ ଓଏମସି ପକ୍ଷରୁ ନିଶି ଖାଲ ମାଇନ୍ସରୁ ମାଙ୍ଗାନିଜ ଖଣିଜ ଉତ୍ତୋଳନ କରାଯାଉଥିଲା ।

କିନ୍ତୁ ପରିବେଶ ମଞ୍ଜୁର ବିନା ଦୀର୍ଘ ଦିନ ହେଲା ଖଣି ଖନନ ବନ୍ଦ ରହିଛି । ଆବଶ୍ୟକ ସୁରକ୍ଷା ଅଭାବରୁ ମାଙ୍ଗାନିଜ ଖଣିଜ ଆନ୍ତ ରାଜ୍ୟକୁ ଚୋରାଚାଲାଣ ହେଉଥିବା ଜଣାଯାଇଛି । କେବେ କେମିତି ବନ ବିଭାଗ ହାତରେ ଚୋରା ଚାଲାଣ ଧରା ପଡୁଥିବାବେଳେ ଅଧିକାଂଶ ସମୟରେ ଖସି ଯାଉଥିବା ଅଭିଯୋଗ ହେଉଛି । ଲେଲି ଗୁମାଠାରେ ବନ ବିଭାଗ ଏକ ଫରେଷ୍ଟ ସେକ୍ସନ ଅଫିସ ଥିଲେ ସୁଦ୍ଧା ଫରେଷ୍ଟର ଏବଂ ବନରକ୍ଷୀନିୟମିତ ରହୁ ନ ଥିବାରୁ ଖଣିଜ ଚୋରା ଚାଲାଣ ଏବଂ ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ମାଙ୍ଗାନିଜ ଖଣିଜର ଚୋରା ଚାଲାଣ ରୋକିବା ଏବଂ ଜଙ୍ଗଲ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.