ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଭୂକମ୍ପ ଝଟକାରେ ଥରିଲା ଲସ୍ ଆଞ୍ଜେଲସ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୭

ନୂଆଦିଲ୍ଲୀ,୧୩/୦୯ : ଗତ କିଛି ମାସ ଧରି କୌଣସି ନା କୌଣସି ସ୍ଥାନରେ ଭୂକମ୍ପ ଖବର ସାମ୍ନାକୁ ଆସୁଛି । ଫଳରେ ଅନେକ ଧନଜୀବନ ନଷ୍ଟ ହେଉଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ଏହାରି ମଧ୍ୟରେ ଗତକାଲି ଦକ୍ଷିଣ କାଲିଫର୍ନିଆର ଲସ୍ ଆଞ୍ଜେଲସ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୭ ରେକର୍ଡ କରାଯାଇଛିଷ ଆମେରିକାର ଭୂତତ୍ତ୍ବବିତ୍ତ୍ମାନେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାଲିବୁ ସହରଠାରୁ ୪ କିଲୋମିଟର ଦୂରରେ ଏବଂ ପ୍ରାୟ ୭ ମାଇଲ ଗଭୀର ଥିବା ସୂଚନା ଦେଇଛନ୍ତି । 

ତେବେ ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଅରେଞ୍ଜେ କାଉଣ୍ଟିରେ ୪୫ମାଇଲ ଦୂରରେ ଏହା ଅନୁଭୂତ ହୋଇଥିଲା । ହେଲେ ଭୂକମ୍ପ ଯୋଗୁଁ ଜୀବନହାନୀ ହେବାର କୌଣସି ଖବର ମିଳିନି । କିନ୍ତୁ ରାସ୍ତାରେ ବଡ ବଡ ପଥର ପଡିଥିବାରୁ ୟାତାୟତ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ହଲିଉଡର ପ୍ରସିଦ୍ଧ ସେଲିବ୍ରିଟିମାନେ ମଧ୍ୟ ଟୁଇଟ୍ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେପଟେ କାଲିଫର୍ନିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବିଶେଷଜ୍ଞ କହିଛନ୍ତି ଯେ, କାଲିଫର୍ନିଆରେ ହୋଇତିବା ଭୂକମ୍ପ ଯୋଗୁଁ ଲୋକଙ୍କ ଘର ଥରି ଉଠିଥିଲା । ଏହାକୁ ନେଇ ଭୂବିଜ୍ଞାନୀମାନେ ପଡିଆକୁ ଯାଇ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ସରଭେ କରିଥିଲେ ମଧ୍ୟ ଭୂକମ୍ପରେ କୌଣସି ବଡ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.