ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

କୁଳଡିହା ଅଭୟାରଣ୍ୟରେ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ ଜବତ , ଜଣେ ଗିରଫ

ନୀଳଗିରି,୨୦/୩ : କୂଳଡିହା ସୀମାନ୍ତ ଗାଁରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି । ମଙ୍ଗଳବାର ମଧ୍ୟ ରାତ୍ରରେ ନୀଳଗିରି ପୋଲିସ ସହିତ ବନବିଭାଗ ଚଢ଼ାଉ କରି ୪ଟି ବନ୍ଧୁକ ସହ ଗୋଳାବାରୁଦ ଓ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି।  ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗବନ୍ଧୁ ସିଂ।

ଗତକାଲି ଦୁଇଜଣ ସବୁଜବାହିନୀ ଶିକାରୀ ଗୁଳିରେ ଗୁରୁତର ପରେ ଚେଇଁ ଉଠିଛି କୂଳଡିହା ବନବିଭାଗ। ଗତକାଲି ରାତ୍ରରେ ଡିଏଫଓ ଖୁସମନ୍ତ ସିଂହ ନୀଳଗିରି ପୋଲିସ ସହାୟତାରେ କାଣ୍ଡଗରଡ଼ିହି ପଂଚାୟତ ମଲ୍ଲିବଣିଆ ଗାଁରେ ଚଢ଼ାଉ କରିଥିଲେ।। ୪ଟି ବନ୍ଧୁକ ସହ ଗୋଳାବାରୁଦ ଓ ବନ୍ଧୁକ ତିଆରି ସାମଗ୍ରୀ  ଜବତ ହୋଇଥିବା ବେଳେ କାରଖାନା ମାଲିକ ଙ୍କୁ  ଗିରଫ କରିଛି।ଗିରଫ ହେଲେ ଜଗବନ୍ଧୁ ସିଂ। ନୀଳଗିରି ଏସଡିପିଓ ଶରତ କୁମାର ଉପାଧ୍ୟାୟ ଓ ଆଇଆଇସି  ଗୋପାଳ କର୍ଣ୍ଣ ଅଧିକ ତଦନ୍ତ କରୁଥିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.