ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ, ବନ୍ଧୁକ ଜବତ୍

ଖୁଣ୍ଟା,୨୭।୪: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ବନ୍ଯଜନ୍ତୁ ଙ୍କ ଶିକାର ବଢ଼ି ଚାଲିଛି। ସେହିପରି ଶୁକ୍ରବାର ବନ୍ୟଜନ୍ତୁ ଶିକାର ରେ ଯାଇଥିବା ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଶିକାରୀ ମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ବଡଖୋମଣ ଗ୍ରାମର ଟୁକୁନା ସିଂ (୨୨),ସୁନାରାମ ସିଂ (୩୦),ମିଠା ସିଂ (୬୦) ଏବଂ ଉଦଳା ଥାନା ଅଧୀନ ଗଧିମରା ଗ୍ରାମର ହେମେନ୍ଦ୍ର ମୁର୍ମୁ (୨୦)।  ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଗୁଳି ଭର୍ତ୍ତି ଦୁଇଟି ବନ୍ଧୁକ ଜବତ କରିବା ସହିତ ଆଇରନ ବଲ,ବାରୁଦ ଭଳି ବିଭିନ୍ନ ପ୍ରକାର ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

ଡୁକୁରା ଓ୍ବାଲ୍ଡଲାଇଫ୍ ରେଞ୍ଜ ଅନ୍ତର୍ଗତ ତାଳଡିହା ସେକସନ୍ ଅଧିନ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ବନ୍ଯଜନ୍ତୁ ଶିକାର ଉଦ୍ଦେଶ୍ୟରେ କେତେକ ଶିକାରୀ ପ୍ରବେଶ କରି ଶିକାର ପାଇଁ ପ୍ରସ୍ତୁତି ଚଳାଇଥିଲେ।  ତାଳଡିହା ବିଟ୍ ସ୍ଥିତ ଅଭୟାରଣ୍ୟ ର ମ୍ପାଟମେଣ୍ଟ ଈଡି -୧୩ ନିକଟରେ ଶିକାରୀ ମାନଙ୍କ ସହ ପାଟ୍ରୋଲିଂରେ ଥିବା ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା। ପରେ ବନ କର୍ମଚାରୀ ମାନେ ୪ଜଣ ଶିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ବାକି ଶିକାରୀ ଖସି ଯାଇଥିଲେ। ଗିରଫ ଶିକାରୀ ମାନଙ୍କ ନିକଟରୁ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ସହ ଶିକାର ରେ ବ୍ୟବହୃତ ସରଞ୍ଜାମ ଜବତ୍ କରି ଡୁକୁରା ଓ୍ବାଲ୍ଡଲାଇଫ୍ ରେଞ୍ଜ କାର୍ଯ୍ୟାଳୟ କୁ ଅଣାଯାଇ ତଦନ୍ତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.