ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ରାକେଶ ଶର୍ମାଙ୍କ ମହାକାଶ ଯାତ୍ରାକୁ ୪୦ ବର୍ଷ, ସ୍ମୃତି ବର୍ଣ୍ଣନା କରି କହିଲେ ଏମିତି କିଛି

ନୂଆଦିଲ୍ଲୀ ୦୩/୦୪: ମହାକାଶକୁ ଯାଇଥିବା ଏକମାତ୍ର ଭାରତୀୟ, ୱିଙ୍ଗ କମାଣ୍ଡର ରାକେଶ ଶର୍ମା । ସେହି ଐତିହାସିକ ମହାକାଶ ଯାତ୍ରାର ୪୦ ବର୍ଷ ପୂରଣ ହୋଇଛି । ଏ ଅବସରରେ ଦେଶର ପ୍ରଥମ ମହାକାଶଚାରୀ ରାକେଶ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ୪୦ ବର୍ଷ ପୁରୁଣା ମହାକାଶ ଯାତ୍ରାର ସ୍ମୃତିକୁ ବର୍ଣ୍ଣନା କରିଛନ୍ତି । ଗଗନଯାନ ମିଶନ୍‌ରେ ଦେଶ ପ୍ରଥମ ଥର ୪ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ହେଉଛି । ଏହି ପ୍ରୟାସରେ ରାକେଶ ନିବିଡ଼ତାର ସହ ଯୋଡ଼ି ହୋଇଛନ୍ତି । ଭାରତ ଏବେ ନିଜର ପ୍ରଥମ ମାନବ ମହାକାଶ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଇସ୍ରୋ ମଧ୍ୟ ୪୦ ବର୍ଷ ତଳର ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ମନେପକାଇଛି ।

ଇସ୍ରୋର ଅଧ୍ୟକ୍ଷ ଏସ୍‌ ସୋମନାଥ କହିଛନ୍ତି, ୨୧ ବର୍ଷ ବୟସରେ ସ୍କ୍ୱାଡ୍ରନ୍‌ ଲିଡର୍‌ ରାକେଶ ଶର୍ମାଙ୍କ ମହାକାଶ ଯାତ୍ରା କେବଳ ଭାରତକୁ ପ୍ରେରିତ କରିଛି ତାହା ନୁହେଁ, ମାନବ ପ୍ରୟାସର ଅସୀମିତ ଶକ୍ତିର ମଧ୍ୟ ପ୍ରତୀକ ହୋଇଛି ।୧୯୮୪ ମସିହା, ଏପ୍ରିଲ ୩ ତାରିଖରେ ସ୍କ୍ୱାଡ୍ରନ୍‌ ଲିଡର୍‌ ରାକେଶ ଶର୍ମା ସୋଭିଏତ୍‌ ରକେଟ୍‌ରେ ମହାକାଶକୁ ଯାତ୍ରା କରି ଭାରତର ପ୍ରଥମ ଗଗନଯାତ୍ରୀ ଭାବେ ଇତିହାସ ଲେଖିଥିଲେ ।

ସୂଚନାଯୋଗ୍ୟ, ‘ଗଗନଯାତ୍ରୀ’ ଶବ୍ଦକୁ ଭାରତ ଔପଚାରିକ ମାନ୍ୟତା ପ୍ରଦାନ କରିଛି ।ରାକେଶ ସୋଭିଏତ୍‌ ମହାକାଶ କେନ୍ଦ୍ରରେ ୭ ଦିନ ଓ ୨୧ ଘଣ୍ଟା ରହିଥିଲେ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ରକେଶଙ୍କ ବାର୍ତ୍ତାଳାପ ଦେଶବାସୀଙ୍କୁ ରୋମାଞ୍ଚିତ କରିଥିଲା । ଇନ୍ଦିରା ତାଙ୍କୁ ପଚାରିଥିଲେ ‘ଉପରୁ ଭାରତ କେମିତି ଦିଶୁଛି?’ ଆଲାମ ଇକବାଲଙ୍କ ଦ୍ୱାରା ଲିଖିତ ପ୍ରସିଦ୍ଧ ପଂକ୍ତି ଜରିଆରେ ରାକେଶ ଉତ୍ତର ଦେଇଥିଲେ ‘ସାରେ ଜହାଁ ସେ ଅଚ୍‌ଛା’ । 

ଗଗନଯାନ ମିଶନ୍‌ରେ ଶ୍ରୀହରିକୋଟାରୁ ୪ ମହାକାଶଚାରୀଙ୍କୁ ମହାକାଶ ପଠାଇବା ପୂର୍ବରୁ ଇସ୍ରୋ ଏବେ ରାକେଶଙ୍କ ସାହାଯ୍ୟ ଲୋଡ଼ିଛି । ରାକେଶ ଏବେ ୪ ମହାକାଶଚାରୀଙ୍କ ତାଲିମରେ ସାହାଯ୍ୟ କରୁଛନ୍ତି । ମହାକାଶ ଯାତ୍ରା ପୂର୍ବରୁ ରାକେଶ ଯୋଗ ତାଲିମ ନେଇଥିଲେ ଏବଂ ଶୂନ୍ୟ ମାଧ୍ୟାକର୍ଷଣ ସ୍ଥିତିରେ ଯୋଗ କରିଥିଲେ । ଏହା ଜରିଆରେ ସେ ବିଶ୍ୱର ପ୍ରଥମ ‘ଅନ୍ତରୀକ୍ଷ ଯୋଗୀ’ର ମାନ୍ୟତା ପାଇଥିଲେ । ତେବେ ଶୂନ୍ୟ ମାଧ୍ୟାକର୍ଷଣରେ ଯୋଗ କରିବା ସହଜ ନୁହେଁ ବୋଲି ସେ କହିଛନ୍ତି । ଇସ୍ରୋ ଅନୁସାରେ, ଯୋଗ ଏବେ ୪ ଗଗନଯାନ ମହାକାଶଚାରୀଙ୍କ ଦିନଚର୍ଯ୍ୟାର ଅଂଶ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.